ପାଣିରେ ବୁଡ଼ି ଯୁବକ ମୃତ

ଚପଲ ଆଣିବାକୁ ଯାଇ ସୁଅରେ ଭାସିଗଲା ବାଳିକା

sundayexpress.co.ls

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ କଦଳୀପିଟା ଗାଁ’ ନୂଆ ବନ୍ଧ ପୋଖରୀରେ ଗାଧୋଉଥିବା ବେଳେ ଶନିବାର ଦିନ ପ୍ରାୟ ୧୧ଟା ବେଳେ ମହମ୍ମଦ ରସିଦ (୨୩) ନାମ ଯୁବକଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ଝାଡ଼ଖଣ୍ଡର ଚତରା ଜିଲ୍ଲା ଅନ୍ତର୍ଗତ ବଢ଼େଇଦିପା ଗ୍ରାମ ନିବାସୀ ରସିଦ ପରିବାର ସହ ରାଉରକେଲାରେ ରୁହନ୍ତି। ଗତ ୪ ଦିନ ତଳେ ସେ ବେଲପାହାଡ଼ ଶ୍ରୀରାମ ନଗରରେ ଥିବା ଭଉଣୀ ଘରକୁ ବୁଲିବାକୁ ଆସିଥିଲେ। ଆଜି ଦିନ ପ୍ରାୟ ୧୦ଟା ବେଳେ ସେ ନୂଆ ବନ୍ଧକୁ ଗାଧୋଇବାକୁ ଯାଇଥିଲେ। ତେବେ କିଛି ସମୟ ପରେ ସେ ପାଣିରେ ବୁଡ଼ି ଯାଇଥିଲେ। ଏହା ଦେଖି ପାଖରେ ଥିବା କିଛି ପିଲା ପାଟି କରିବାରୁ ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ ହେଁ ସେତେବେଳକୁ ରସିଦଙ୍କ ମୃତ୍ୟୁ ହୋଇ ସାରିଥିଲା। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe