ବାଲିଅନ୍ତା : ବଣଭୋଜି କାଳ ହେଲା, ନଦୀରେ ବୁଡ଼ି ଯୁବକ ମୃତ

Advertisment
ମୟୂରଭଞ୍ଜ : ବାପ,ପୁଅଙ୍କ ସଲିଳ ସମାଧି, ପୁଅକୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ

zululandobserver.co.za

ବାଲିଅନ୍ତା : ବଣଭୋଜି ସାରି କୁଆଖାଇରେ ଗାଧୋଇବା କାଳ ହୋଇଛି। ଆଜି ଅପରାହ୍‌ଣ ୩ଟା ବେଳେ ବାଲିଅନ୍ତା ଥାନା ଅଧୀନ ବଇଁଚୁଆ ନିକଟ କୁଆଖାଇ ନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜଗତସିଂହପୁର ଜିଲ୍ଲା କୋଳିପଡ଼ିଆ ଗ୍ରାମର ଗଣେଶ ପୃଷ୍ଟିଙ୍କ ବଡ଼ପୁଅ  ସୁରଜ ଓରଫ ସୋନୁ (୨୧)। ସୁରଜ ବଇଁଚୁଆ ବିଲସାହିରେ  ତାଙ୍କ ଅଜା ପ୍ରହ୍ଲାଦ ସାହୁଙ୍କ ଘରେ ରହି ସେନା ବାହିନୀରେ ଚାକିରି କରିବା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଆଜି ସୁରଜ ଓ ତାଙ୍କ ସାଙ୍ଗ ଅନୀଲ ସାହୁ ଅନ୍ୟ ୪/୫ ସ୍ଥାନୀୟ ଝାଉଁବଣରେ ଭୋଜି କରିଥିଲେ। ଭୋଜି ସାରି ଉଭୟ ସୁରଜ ଓ ଅନିଲ କୁଆଖାଇକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ସୁରଜ ବୁଡ଼ି ଯାଇଥିଲେ। ଅନିଲ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହାପରେ ସେ ନଦୀବନ୍ଧ ଉପରକୁ ଆସି ଡାକ ପକାଇଥିଲେ।  ଗ୍ରାମବାସୀ ପହଞ୍ଚି ସୁରଜଙ୍କୁ ଖୋଜାଖୋଜି କରି ଦୀର୍ଘ ସମୟ ପରେ ଉଦ୍ଧାର କରିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe