ପାଣିରେ ବୁଡ଼ି ଯୁବକ ମୃତ

ଜଳାଶୟରେ ବୁଡ଼ିଗଲେ ୩ ସାଙ୍ଗ

Deccan Herald

ବାମରା : ବାମରା ବ୍ଳକ ଗୋବିନ୍ଦପୁର ପଞ୍ଚାୟତ ହରିପଡ଼ା (ଗୌଡ଼ ପଡ଼ା)ଗ୍ରାମର ଶଙ୍କର ରକସାଙ୍କ ପୁଅ ଲକ୍ଷ୍ମୀଧର ରକସା(୨୩) ପ୍ରାୟ ୧ ବର୍ଷ ହେବ ଦିନ ମଜୁରିଆ ଭାବେ  କାମ କରିବାକୁ ତାଳଚେର ଅଞ୍ଚଳକୁ ଯାଇଥିଲେ। ଗତ ୩ ଦିନ ତଳେ ସେ ନିଖୋଜ ହୋଇ ଯାଇଥିଲେ। ପରେ ନିକଟରେ ଥିବା ଏକ ନାଳରେ ତାଙ୍କର ଶବ ଭାସୁଥିବା ଦେଖିବାକୁ ମିଳିଥିଲା।

ଖବର ପାଇ ପରିବାର ବର୍ଗ ଓ ପଡ଼ୋଶୀମାନେ ସେଠାକୁ ଯାଇ ଶବ ଗାଁକୁ ଆଣିଥିଲେ। ଫେରିବା ପରେ ଗାଁରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା। ସେଠାରେ ଶବ ବ୍ୟବଚ୍ଛେଦ କରାଯାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୁଲିସ ତଦନ୍ତ ଜାରି ରଖିଛି। ମୃତକ ଲକ୍ଷ୍ମୀ ବିବାହିତ ଏବଂ ତାଙ୍କର ଏକ ଶିଶୁ ଅଛି। ଏହି ଗରିବ ପରିବାରକୁ ସରକାରୀ ସହାୟତା ଦିଆଯିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe