ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଯୁବକ ମୃତ

Advertisment
ନଦୀରେ ବୁଡ଼ି ୩ ମୃତ

Dna India

ପୁରୀ : ବୁଧବାର ଦିନ ନରେନ୍ଦ୍ର ପୁଷ୍କରିଣୀରେ ସାଙ୍ଗ ସହିତ ପହଁରୁଥିବା ବେଳେ ଜଣେ ୧୯ ବର୍ଷର ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରି କୁମ୍ଭାରପଡ଼ା ଥାନାକୁ ଖବର ଦେଇଥିଲେ। କୁମ୍ଭାରପଡ଼ା ଥାନା ପୁଲିସ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ କରାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଯାଜପୁର ଜିଲ୍ଲା ଧର୍ମଶାଳାର କବିରପୁର ଅନ୍ତର୍ଗତ ଉପରବରୁହାଁର ଦେବାଶିଷ ସାହୁଙ୍କ ପୁଅ ସ୍ମୃତିରଞ୍ଜନ ସାହୁ(୧୯) ଓ ତାଙ୍କ ସାଙ୍ଗ ସୁବ୍ରତ ସେନାପତି ଦୁହେଁ ଆଜି ପୂର୍ବାହ୍ନ ୯ଟା ସମୟରେ ଏକାଠି ହୋଇ ନରେନ୍ଦ୍ର ପୁଷ୍କରିଣୀରେ ପହଁରୁଥିଲେ। ଏହି ସମୟରେ ସୁବ୍ରତ ସେନାପତି ପହଁରି ଜଗତିକୁ ଚାଲିଯାଇଥିବା ବେଳେ ସ୍ମୃତିରଞ୍ଜନ ସେଠାକୁ ଯାଇ ନପାରି ଅଧାରେ ବୁଡ଼ିଯାଇଥିଲେ। ତେବେ ସେଠାରେ ଥିବା ସ୍ଥାନୀୟ ଲୋକକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ସଦର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe