କରୋନା ମହାମାରୀ ସ୍ଥିତି ସର୍ଭିଲାନ୍ସ ପାଇଁ ଯୁବକମ୍ପ୍ୟୁଟର ଇଂଜିନିୟରଙ୍କ ଅଭିନବ ପ୍ରୟାସ

Advertisment
କରୋନା ମହାମାରୀ ସ୍ଥିତି ସର୍ଭିଲାନ୍ସ ପାଇଁ ଯୁବକମ୍ପ୍ୟୁଟର ଇଂଜିନିୟରଙ୍କ ଅଭିନବ ପ୍ରୟାସ

ଭବାନୀପାଟଣା : ସାରା ବିଶ୍ବରେ କରୋନା ସଂକ୍ରମଣ ସ୍ଥିତି ମହାମାରି ଭାବେ ଦିନକୁ ଦିନ ଵୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ଲକ ଡାଉନ ଅବଧି ମଧ୍ୟ ବୃଦ୍ଧି ପାଉଛି। ଯାହା ସବୁ ବର୍ଗ ର ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। କରୋନା ସଂକ୍ରମଣକୁ ରୋକିବାକୁ ଯାଇ ତୃଣମୂଳ ସ୍ତରରୁ ଜିଲ୍ଲା ପ୍ରଶାସନ ଅନେକ ପଦକ୍ଷେପ ଗ୍ରହଣ କରି ଗ୍ରାମାଞ୍ଚଳଠୁ ସହରାଞ୍ଚଳ ପର୍ଯ୍ୟନ୍ତ ଘର ଘର ବୁଲି ସର୍ଭେ ଜାରି ରଖିଥିବା ଦେଖିବାକୁ ମିଳିଛି। ଅନେକ ଦୁର୍ଗମ ଅଂଚଳ ବୁଲି ଏହି ସର୍ଭେକ୍ଷଣ କାର୍ଯ୍ୟକ୍ରମ ସରକାରୀ ସ୍ତରରେ ଚାଲିଥିବା ବେଳେ ସର୍ଭେ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କୁ କାଗଜ କଲମରେ କରୋନା ସମ୍ପର୍କିତ ତଥ୍ୟ ତଥା ପ୍ରବାସୀ ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରି ଜିଲ୍ଲା ପ୍ରଶାସନକୁ ଅବଗତ କରାଇବାରେ ବହୁ ସମୟ ନଷ୍ଟ ହେଉଥିବା ଓ ଅଧିକ ପରିଶ୍ରମ କରୁଥିବାର ଦେଖିବାକୁ ମିଳିଛି। ଯାହା ଏ ଭଳି ମହାମାରି ସ୍ଥିତି ସହିତ ମୁକାବିଲା କରିବା ପାଇଁ ବ୍ୟୟ ବହୁଳ ହେଉଥିବା ବେଳେ ସମୟ ସାପେକ୍ଷ ନୁହଁ। ଅତି କମ ସମୟ ଭିତରେ କିପରି ଜିଲ୍ଲା ପ୍ରଶାସନ ଅଧିକ ତଥ୍ୟ ଅତି ସୁରକ୍ଷିତ ଭାବେ ପାଇ ପାରିବେ ଏହାକୁ ନେଇ କଳାହାଂଡି ଜିଲ୍ଲାର ଜଣେ ଯୁବ କମ୍ପ୍ୟୁଟର ଇଞ୍ଜିନିୟର ଏକ ଅଭିନବ ମୋବାଇଲ ଆପ ଉଦ୍ଭାବନ କରିଛନ୍ତି। ଯାହା ଆମେ ପ୍ରତ୍ୟେକ ଦିନ ବ୍ୟବହାର କରୁଥିବା ସ୍ମାର୍ଟ ଫୋନରେ ଡାଉନଲୋଡ କରି କରେନା ସମ୍ପର୍କିତ ଯାହା ବି ତଥ୍ୟକୁ ଏହି ଆପ ଜରିଆରେ ସଂଗ୍ରହ କରି ସିଧା ସଳଖ ଜିଲ୍ଲା ପ୍ରଶାସନକୁ ମେଲ କରି ଗୋଟାଏ ସେକେଣ୍ଡ ସମସ୍ତ ତଥ୍ୟ ପଠେଇବାର ସୁବିଧା କରାଯାଇଛି।

କାଗଜ କଲମରେ ତଥ୍ୟ ସଂଗ୍ରହ କରି ଜିଲ୍ଲା ମୁଖ୍ୟାଳୟକୁ ଏହି ସୂଚନା ହସ୍ତାନ୍ତର କରିବାକୁ ହେଲେ ବହୁ ସମୟ ଅପଚୟ ହେବା ସହିତ ବ୍ୟୟ ଭାର ମଧ୍ୟ ଅଧିକ। ତେଣୁ ସର୍ଭେକ୍ଷଣ କରୁଥିବା କର୍ମଚାରୀମାନେ ଏହି ଆପ ଜରିଆରେ ସେହି ସ୍ଥାନର କୌଣସି ପରିବାରର ସମସ୍ତ ତଥ୍ୟ ସଂଗ୍ରହ କରି ମୋବାଇଲ ନେଟୱର୍କ ଥିବା ସ୍ଥାନରୁ ମୋବାଇଲ ଯୋଗେ ଜିଲ୍ଲା ପ୍ରଶାସନକୁ ତଥ୍ୟ ସିଧାସଳଖ ହସ୍ତାନ୍ତର କରିପାରିବେ ବୋଲି ଯୁବ ଇଞ୍ଜିନିୟର ଦାବି କରିଛନ୍ତି। ଏହି ଆପକୁ ସରକାରୀ ସ୍ତରରେ ସ୍ୱୀକୃତି ଦେଇ ଏହି କୋରଣା ସର୍ଭିଲାନ୍ସ ଆପକୁ ସରକାରୀ କାର୍ଯ୍ୟରେ ଉପଯୋଗ କରାଯାଏ ତା ହେଲେ କରୋନା ମୁକାବିଲା ପାଇଁ ବହୁତ ସହାୟକ ହୋଇ ପାରିବ ବୋଲି ଏହି ଯୁବ ଇଞ୍ଜିନିୟର କହିଛନ୍ତି। ଯୁବକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ର ଚିରାଗ ସିଂ ଦେଓ। ସେ ତାଙ୍କ ଆଉ ଦୁଇ ଜଣ ଇଂଜିନିୟର ବନ୍ଧୁମାନଙ୍କ ସହ ମିଶି ଏହି ଆପ ପ୍ରସ୍ତୁତ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ବିଡ଼ିଓ ଓ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଇବା ସହ ଭିଡିଓ କନ୍‌ଫରେନ୍ସି ଦ୍ୱାରା କଳାହାଂଡି ଜିଲ୍ଲାପାଳ ଡଃ.ପରାଗ ହର୍ଷଦ ଗଭାଳିଙ୍କୁ ମଧ୍ୟ ଡେମୋ ଦେଇସାରିଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ ଆଇଟି ବିଶେଷଜ୍ଞ ଦ୍ୱାରା ସ୍ୱୀକୃତି ନ ମିଳିବା ଯାଏ ଏହି ମୋବାଇଲ ଆପ ସରକାରୀ କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ମତ ରଖିଛନ୍ତି। ଏହି ମୋବାଇଲ ଆପର ବହୁମୂଖୀ ସେବାକୁ ଦୃଷ୍ଟିରେ ରଖି ଯୁବ ଇଞ୍ଜିନିୟର ଚିରାଗ ସିଂ ଦେଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବା ପାଇଁ ନିବେଦନ କରିଛନ୍ତି ଓ ଦାବି କରିଛନ୍ତି ଯେ ଏହି ଆପକୁ ବ୍ୟବହାର କରି ସାରା ଭାରତର ସବୁ ରାଜ୍ୟରେ କରୋନା ସମ୍ପର୍କିତ ତଥ୍ୟ ସଂଗ୍ରହରେ ସହାୟ ହୋଇ ପାରିବ ବୋଲି। ଏଣୁ ଯୁବ ଇଞ୍ଜିନିୟରଙ୍କ ଅବିଷ୍କାର ଉପରେ ରାଜ୍ୟ ସରକାର ଥରେ ଦୃଷ୍ଟି ଦେବା ଜରୁରୀ ବୋଲି ବିଭିନ୍ନ ମହଲ ରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe