ମଶାରି ଟାଙ୍ଗିବା ବେଳେ ଛାତରୁ ଗଳି ପଡ଼ିଲେ

Advertisment
ମଶାରି ଟାଙ୍ଗିବା ବେଳେ ଛାତରୁ ଗଳି ପଡ଼ିଲେ

YouTube

ପୁରୀ : ରାତିରେ ଛାତ ଉପରେ ମଶାରି ଟାଣିବା ସମୟରେ ତଳକୁ ଗଳିପଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ଅକାଳ ମୃତ୍ୟୁର ଶିକାର ହୋଇଥିବା ଏହି ଯୁବକ ଜଣକ ହେଲେ ପୁରୀ ସଦର ଥାନା ବାଲିପୁଟ ଗରେଇଲୋ ଗ୍ରାମର ବେନୁ ବେହେରାଙ୍କ ପୁଅ ସୂର୍ଯ୍ୟମଣି ବେହେରା (୪୭)। ପ୍ରକାଶ ଯେ, ଫନି ପ୍ରଭାବରେ ପୁରୀ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ସେଥିରୁ ବାଲିପୁଟ ଗରେଇଲୋ ଗାଁ ଅନ୍ୟତମ। ବିଜୁଳି ନଥିବାରୁ ସୂର୍ଯ୍ୟମଣି ଗତକାଲି ରାତିରେ ଛାତ ଉପରେ ଶୋଇବାକୁ ଯାଇ ମଶାରି ଟାଙ୍ଗିବା ସମୟରେ ଭାରସାମ୍ୟ ହରାଇ ଛାତ ଉପରୁ ଗଳିପଡ଼ିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏ ନେଇ ବାଲିଘାଇ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe