ଯୁବ ଚାଷୀଙ୍କ ପରଲୋକ

Advertisment
ଯୁବ ଚାଷୀଙ୍କ ପରଲୋକ

ପାଇକମାଲ : ପାଇକମାଲ ବ୍ଲକ କୋକନରା ଗାଁର ଯୁବ ଚାଷୀ ଲଳିତ ମୋହନ ସାହୁ (୪୬)ଙ୍କ ଶନିବାର ପରଲୋକ ହୋଇଯାଇଛି। ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଗାଁ ନିକଟସ୍ଥ ନିଜ ଜମିକୁ ଯାଇ ବୁଲୁଥିବା ବେଳେ ମୁଣ୍ଡ ବୁଲାଇ ଜମିରେ ଥିବା ବୋରଓ୍ଵଲ୍‌ ନିକଟରେ ପଡ଼ି ଯାଇଥିଲେ। କିଛି ସମୟ ପରେ କାମ କରୁଥିବା ମୁଲିଆମାନେ ତାଙ୍କୁ ପଡ଼ିଥିବା ଦେଖି ଉଠାଇବାକୁ ଚେଷ୍ଟା କରିଥିଲେ ହେଁ ସେ ଉଠିପାରି ନଥିଲେ। ପରିବାର ଲୋକେ ପହଞ୍ଚି ସଂଗେ ସଂଗେ ପାଇକମାଳ ଡାକ୍ତରଖାନାକୁ ଆଣିଥିଲେ ହେଁ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଲଳିତ ପତ୍ନୀ, ଗୋଟିଏ ପୁଅ ଓ ଦୁଇ ଝିଅଙ୍କ ସହ ଯୌଥ ପରିବାରରେ ବାପା, ମା’, ଭାଇ, ଭାଉଜଙ୍କ ସହ ରହୁଥିଲେ। ଫଳରେ ତାଙ୍କ ମୃତ୍ୟୁ ପରେ ପରିବାର ଅସହାୟ ହୋଇ ପଡ଼ିଛନ୍ତି। ଏହା ସହ ଲଳିତ ବିଜେପିର ଜଣେ ବରିଷ୍ଠ କର୍ମୀ ମଧ୍ୟ ଥିଲେ। ଗାଁ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିବା ବେଳେ ଗ୍ରାମବାସୀଙ୍କ ସହ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ। ପୁଅ ଅଜୟ ସାହୁ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ପରିବାରକୁ ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe