ବିଷପିଇ ଯୁବଚାଷୀଙ୍କ ଆତ୍ମହତ୍ୟା

Advertisment
ବିଷପିଇ ଯୁବଚାଷୀଙ୍କ ଆତ୍ମହତ୍ୟା

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ରେ ପ୍ରଥମେ ବର୍ଷା ଅଭାବ ସାଙ୍ଗକୁ ରୋଗପୋକ ପ୍ରାଦୁର୍ଭାବରେ ଚାଷୀ ତଳିତଳାନ୍ତ ହୋଇଥିଲା। ଏବେ ଚାଷ ଜମିରେ ପାଣି ଅଭାବରୁ ଫସଲ ଉଜୁଡ଼ି ଯାଇଥିବାରୁ ଋଣ ଚିନ୍ତାରେ ବିଷ ପିଇ ଆତ୍ମହତ୍ୟା କରୁଛନ୍ତି ଚାଷୀ ପରମାନନ୍ଦ ଲହଜଲ (୨୮)।

ଗୁରୁବାର ସକାଳେ ପରମାନନ୍ଦ ତାଙ୍କ ଚାଷ ଜମିକୁ ବୁଲି ଆସି କୀଟନାଶକ ପିଇ ଦେଇଥିଲେ। କ୍ରମେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରିବାର ଲୋକଙ୍କୁ ବିଷ ପିଇଥିବା କଥା କହିଥିଲେ। ତୁରନ୍ତ ତାଙ୍କୁ କୋକସରା ଡାକ୍ତରଖାନାକୁ ଆଣିଥିଲେ ଏବ˚ ପରେ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଭବାନୀପାଟଣାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ବ୍ୟବ‌େଚ୍ଛଦ ପରେ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe