ମୂର୍ତ୍ତି ବିସର୍ଜନବେଳେ ମା'ର ଆଖି ଆଗରେ ଭାସିଗଲା ପୁଅ

Advertisment
ମୂର୍ତ୍ତି ବିସର୍ଜନବେଳେ ମା'ର ଆଖି ଆଗରେ ଭାସିଗଲା ପୁଅ

ରାୟଗଡା: ଗତକାଲି ସାରା ବିଶ୍ୱରେ ଧୂମଧାମରେ ବିଘ୍ନ ବିନାଶକଙ୍କ ପୂଜା ହୋଇଥିବାବେଳେ ଆଜି ରାୟଗଡାରେ ଅଘଟଣ ଘଟିଛି | ଗଜାନନଙ୍କ ମୂର୍ତ୍ତି ବିସର୍ଜନବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଛନ୍ତି ଯୁବକ | ତେବେ ଯୁବକଙ୍କ ମାଙ୍କ ଆଖି ସାମ୍ନାରେ ଏସବୁ ଘଟଣା ଘଟିଯାଇଥିଲେ ବି ସେ ନିରୁପାୟ ହୋଇ କିଛି କରିପାରିନାହାନ୍ତି |

ମିଳିଥିବା ସୂଚନା ମୁତାବକ ଗଜାନନଙ୍କ ମୂର୍ତ୍ତି ବିସର୍ଜନ ସମୟରେ ନାଗାବଳୀ ନଦୀର ଚେକାଗୁଡା ବ୍ରିଜ ନିକଟରେ ଜଣେ ଯୁବକ ଭାସିଯାଇଛନ୍ତି | ଯୁବକଙ୍କ ନାମ ଶ୍ରୀନିବାସ ଅଶୋକ କୁମାର ହୋଇଥିବାବେଳେ ତାଙ୍କ ଘର ମାଙ୍କଡ଼ଝୋଲା ବୋଲି ଜଣାପଡିଛି |

ସେ ତାଙ୍କ ପରିବାର ସହିତ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବାବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe