ଗୁଳିମାଡ଼ରେ ଯୁବକ ଗୁରୁତର, ବାଇକ୍‌ ଓ ପିସ୍ତଲ ସହ ୪ ଖୋକା ଜବତ

ଗୁଳିମାଡ଼ରେ ଯୁବକ ଗୁରୁତର, ବାଇକ୍‌ ଓ ପିସ୍ତଲ ସହ ୪ ଖୋକା ଜବତ

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ପଛପଟେ ଥିବା ପୁରୁଣା ବସ୍‌ଷ୍ଟାଣ୍ଡରେ ସୋମବାର ରାତିରେ ପୁଣି ଫୁଟିଛି ଗୁଳି। ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଅଭିଯୁକ୍ତ ଦ୍ବୟ ଫେରାର୍‌ ହୋଇଯାଇଛନ୍ତି।

ପ୍ରାପ୍ତ ସୂଚନାନୁସାରେ ଅମିତ ଧଳ ନାମକ ଜଣେ ଯୁବକ ଆଜି ରାତି ପ୍ରାୟ ସାଢ଼େ ୮ଟା ବେଳେ ନିଜ ଅଫିସ୍‌ ଆଗରେ ଜଣେ ବନ୍ଧୁଙ୍କ ସହ ବସିଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଆସି ଅମିତଙ୍କୁ ପ୍ରଥମେ ନମସ୍କାର ଜଣାଇବାରେ ହଠାତ୍‌ ପିସ୍ତଲ ବାହାର କରି ୪/୫ ରାଉଣ୍ଡ ଗୁଳି ଚଳାଇଥିଲ। ଏଥିରେ ଅମିତ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅଭିଯୁକ୍ତମାନେ ବାଇକ୍‌ ଓ ପିସ୍ତଲ ଛାଡ଼ି ଫେରାର ହୋଇଯାଇଥିଲେ। ତୁରନ୍ତ ଅମିତଙ୍କୁ ମଣ୍ଡାଳିଆ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିଲା। ତାଙ୍କ ଛାତି ତଳେ ଓ ପେଟରେ ଦୁଇଟି ଗୁଳି ବାଜିଥିବା ବେଳେ ଅବସ୍ଥା ସଂକଟାପନ୍ନ ଥିବାରୁ ପରିବାର ଲୋକେ ତାଙ୍କୁ ବୁର୍ଲା କିମ୍ବା ଭୁବନେଶ୍ବର ନେଇ ଚାଲି ଯାଇଛନ୍ତି। ଗୋଟିଏ ରାଉଣ୍ଡ ଗୁଳି ତାଙ୍କ ଅଫିସ୍‌ କାଚରେ ବାଜିଥିବା ଦେଖିବାକୁ ମିଳିଛି। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ପିସ୍ତଲ ଓ ବାଇକ୍‌ ସହ ୪ଟି ଖୋକା ଜବତ କରିଛି। ଗୁଳିମାଡ଼ର କାରଣ ଜଣାପଡ଼ି ନଥିବା ବେଳେ ଏହାକୁ ନେଇ ସହରରେ ତୀବ୍ର ଉତ୍ତେଜନା ଦେଖା ଦେଇଛି। ଏସ୍‌ଡିପିଓ ନୃପ ଚରଣ ଦଣ୍ଡସେନା ପୁଲିସ୍‌ ଟିମ୍‌ ନେଇ ଘଟଣା ସ୍ଥଳରେ ଅନୁସନ୍ଧାନ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe