ଜଙ୍ଗଲରେ ଫୁଟିଲା ଗୁଳି, ଯୁବକ ଗୁରୁତର

Advertisment
ଜଙ୍ଗଲରେ ଫୁଟିଲା ଗୁଳି, ଯୁବକ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଟିକାବାଲି ଥାନା ମିଣିଆଖଡ଼ି ଜଙ୍ଗଲରେ ଗୁଳିମାଡ଼ରେ ଆରାବାକା ପଞ୍ଚାୟତ କମ୍ବିରିକିଆ ଗ୍ରାମର ଜନକ ମଲ୍ଲିକ ଜଣେ ଗୁରୁତର ହୋଇଛନ୍ତି। ଟିକାବାଲି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ‌ଗୁଳିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ। ସୂଚନା ଅନୁସାରେ ଜନକ ଓ ତାଙ୍କ ଭାଇ ବେଲାଳସେନ କାଠ କାଟିବା ପାଇଁ ମିଣିଆଖଡ଼ି ଜଙ୍ଗଲକୁ ଯାଇଥିଲେ। ଆଗପଛ ହୋଇ ଗଛ କାଟୁଥିବା ବେଳେ ହଠାତ ଏକ ଗୁଳି ଜନକଙ୍କ ବାମ ଗୋଡ଼ ପଛପଟ ଜଂଘରେ ବାଜିଥିଲା। ଭାଇ ବେଲାଳସେନ ସଂଗେ ସଂଗେ ଗ୍ରାମବାସୀଙ୍କୁ ଡାକିବା ପରେ ଜନକଙ୍କୁ ଟିକାବାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଟିକାବାଲି ଥାନା ଅଧିକାରୀ ଆଦିତ୍ୟ କୁମାର ସେଠୀ କହିଛନ୍ତି, ଗୁଳିମାଡ଼ ହୋଇଥିବା ସୂଚନା ହସ୍ତଗତ ହୋଇଛି। କିନ୍ତୁ ଏନେଇ ଥାନାରେ ଏତଲା ଦିଆଯାଇନି। ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe