ପଲରୁ ଅଲଗା ହୋଇ ବୁଲୁଛି ଦନ୍ତା, ଆକ୍ରମଣରେ ଦିବ୍ୟାଙ୍ଗ ଯୁବକ ଗୁରୁତର

Advertisment
ପଲରୁ ଅଲଗା ହୋଇ ବୁଲୁଛି ଦନ୍ତା, ଆକ୍ରମଣରେ ଦିବ୍ୟାଙ୍ଗ ଯୁବକ ଗୁରୁତର

ବାଉଁଶୁଣି : ବୌଦ୍ଧ ବ୍ଲକ୍ ତାଳସରଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରେ ସୋମବାର ଏକ ଦନ୍ତାହାତୀ ବୁଲୁଥିବା ସମ୍ପର୍କରେ ବନବିଭାଗ ସୂଚନା ଦେଇଛି। ଦନ୍ତାହାତୀ ଆକ୍ରମଣରେ ଜଣେ ଦିବ୍ୟାଙ୍ଗ ଯୁବକ ଗୁରୁତର ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି।

publive-image

ବାଉଁଶୁଣି ବନପାଳ ଅଜିତ ଆଚାର୍ଯ୍ୟଙ୍କ ସୂଚନା ଅନୁଯାୟୀ, ଏକ ୮ ଟିକିଆ ହାତୀପଲ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରୁ ଖାଦ୍ୟ ଅନ୍ୱେଷଣରେ ମହାନଦୀ ପାରି ହୋଇ ବୌଦ୍ଧ ବ୍ଲକ ତାଳସରଡା ଅଞ୍ଚଳକୁ ରବିବାର ରାତିରେ ଚାଲି ଆସିଛନ୍ତି। ଏହି ପଲରୁ ଏକ ଦନ୍ତାହାତୀ ଅଲଗା ହୋଇଯାଇ ବିଭିନ୍ନ ଗାଁ’ରେ ବୁଲୁଛି। ମଧ୍ୟାହ୍ନରେ ହାତୀଟି ବଲାକିରା ନାଳ ନିକଟରେ ଥିବାବେଳେ ସନ୍ଧ୍ୟା ବେଳେ ଖଇରମାଲ ନିକଟ ଜଙ୍ଗଲକୁ ପହଞ୍ଚି ଯାଇଛି।

publive-image

ତାଳସରଡ଼ା ପଞ୍ଚାୟତ ବସ୍ତମପୁରର ଦିବ୍ୟାଙ୍ଗ ଯୁବକ ନେପାଳ ବେହେରା(୩୫) ସୋମବାର ଭୋରରୁ ଶୌଚ ପାଇଁ ଗ୍ରାମ ନିକଟସ୍ଥ କେନାଲକୁ ଯାଇଥିଲେ। ସେତିକିବେଳେ ଦନ୍ତାହାତୀଟି ତାଙ୍କୁ ଶୁଣ୍ଢରେ ଆଡ଼େଇ ଦେବାରୁ ନେପାଳ କଚାଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ବାଉଁଶୁଣି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ନେପାଳଙ୍କ କପାଳ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଛି। ତାଙ୍କ ଚିକିତ୍ସା ପାଇଁ ବନବିଭାଗ ସହାୟତା କରିବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ବାଉଁଶୁଣି ବନପାଳ ଅଜିତ ଆଚାର୍ଯ୍ୟ କହିଛନ୍ତି, ‘ଆବଶ୍ୟକ ମେଡିକାଲ କାଗଜପତ୍ର ଯୋଗାଡ଼ ପରେ ବିଭାଗର ନିୟମାନୁଯାୟୀ ତାଙ୍କର ଚିକିତ୍ସା ପାଇଁ ପଦକ୍ଷେପ ନିଆଯିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe