Youth kidnapped from Konark rescued from Paradeep
ଜଗତସିଂହପୁର: କୋଣାର୍କରୁ ଅପହୃତ ଜଣେ ଯୁବକଙ୍କୁ ପାରାଦୀପ ଲକ୍ ଥାନା ଅଞ୍ଚଳରୁ ଉଦ୍ଧାର କରିଛି ପୁଲିସ। କୋଣାର୍କ ପୁଲିସର ଏକ ସ୍ଵତନ୍ତ୍ର ଟିମ୍ ଲକ୍ ଥାନା ଅଧୀନ ପାରାଦୀପ ଗଡ଼ ନିକଟରୁ ତାଙ୍କୁ ଉଦ୍ଧାର କରିଛି ।
ମିଳିଥିବା ସୂଚନା ଅନୁସାରେ, ଗତକାଲି କୋଣାର୍କ ଅଞ୍ଚଳରୁ ଚାରି ଜଣ ଦୁର୍ବୃତ୍ତ ଜୟ ଚକ୍ରବର୍ତ୍ତୀ ନାମକ ଜଣେ ଯୁବକଙ୍କୁ ଜୋର୍ ଜବରଦସ୍ତି ଏକ ଗାଡ଼ିରେ ଅପହରଣ କରି ନେଇଥିଲେ।
ଏହାକୁ ନେଇ ଜୟ ଚକ୍ରବର୍ତ୍ତୀଙ୍କର ସାଙ୍ଗମାନେ କୋଣାର୍କ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କୋଣାର୍କ ଥାନାର ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ।
ତେବେ ଗୁରୁବାର କୌଣସି ସୁତ୍ରରୁ ଖବର ପାଇ ପାରାଦୀପ ଲକ୍ ଥାନା ଅଧୀନସ୍ଥ ପାରାଦୀପ ଗଡ଼ ନିକଟରୁ ଲକ୍ ଥାନା ପୁଲିସ ସହଯୋଗରେ କୋଣାର୍କ ପୁଲିସର ଏକ ସ୍ଵତନ୍ତ୍ର ଟିମ୍ ଅପହୃତ ହୋଇଥିବା ଯୁବକକୁ ଉଦ୍ଧାର କରିବା ସହିତ ଚାରି ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
ଶୁଭକାନ୍ତ ପଢ଼ିଆରୀ
Follow Us