ପୁଲିସ ମାଡ଼ରେ ଯୁବକ ମୃତ

Advertisment
ପୁଲିସ ମାଡ଼ରେ ଯୁବକ ମୃତ

Catch News

ଧମା : ମଂଗଳବାର ପୁଲିସ ମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି।

ପ୍ରାପ୍ତ ସୂଚନା ଅନୁସାରେ, ମଙ୍ଗଳବାର ଦିିନ ସମ୍ବଲପୁର-ସୋନପୁର ୧୫ ନମ୍ବର ରାଜ୍ୟ ରାଜପଥର ଧମା ପାଖ ବାଲପୁର ଛକ ନିକଟରେ ପୁଲିସ୍‌ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ଗାଡ଼ି ଯାଂଚ କରାଯାଉଥିଲା। ମାସ୍କ, ହେ‌ଲମେଟ୍ ଆଦି ଯାଂଚ କରାଯାଇ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କଠାରୁ ଜରିମାନା ଆଦାୟ କରାଯାଉଥିଲା। ଦିନ ପ୍ରାୟ ୧୧ଟା ବେଳେ ସୁବାସ ବିଭାର ଓରଫ ଦାଶରଥି(୨୫) ଓ ତାଙ୍କ ମାମୁ ହାତୀ ମନ୍ଦୋଦରୀ(୪୫) ଗଏନପୁରା ଗାଁରୁ ନିଜ ଗାଁ ବରଗାଁ ପାଖ ତେନ୍ତୁଲିକୁର୍ଲାକୁ ଫେରୁଥିଲେ। ଗାଡ଼ି ଯାଂଚ କରୁଥିବା ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ସେମାନେ ନଅଟକିବାରୁ ଜଣେ ପୁଲିସ କନଷ୍ଟେବଳ ତାଙ୍କୁ ଚାପୁଡ଼ା ମାରିଥିଲେ। ହେଲ୍‌ମେଟ୍ ପରିଧାନ କରିଥିବା ଦାଶରଥି ମୁଣ୍ଡ ନୁଆଇଁ ଦେଇଥିବା ବେଳେ ପଛରେ ବସିଥିବା ତାଙ୍କ ମାମୁ ହାତୀ ମନ୍ଦୋଦରୀଙ୍କୁ ଚାପୁଡ଼ା ବାଜିଥିଲା। ଫଳରେ ସେ ବାଇକ୍‌ରୁ ଖସି ପଡ଼ିଥିଲେ। ଭୟରେ ଦାଶରଥି ସେଠାରେ ଅଟକି ନଥିଲେ। ପୁଲିସ ଗୁରୁତର ଅବସ୍ଥାରେ ହାତୀ ମନ୍ଦୋଦରୀଙ୍କୁ ଧମା ଡାକ୍ତରଖାନାକୁ ନେଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସର ଚାପୁଡ଼ା ମାଡ଼ ଯୋଗୁଁ ତାଙ୍କ ମାମୁଙ୍କ ମୃତ୍ୟୁ ଘଟିଥିବା ଦାଶରଥି ଅଭିଯୋଗ କରିଛନ୍ତି। ଧମା ପୁଲିସ ଅଭିଯୋଗକୁ ଅସ୍ବୀକାର କରିଛି। ବାଇକ୍‌ ବହୁତ ସ୍ପିଡ୍ ଯାଉଥିଲା। ଯାଂଚ ବେଳେ ଭୟରେ ଗତି ବଢ଼ାଇ ଦେବାରୁ ପଛପଟେ ବସିଥିବା ବ୍ୟକ୍ତି ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ ବୋଲି ସଦର ଏସ୍‌ଡିପିଓ ତପନ ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe