ଦୁଇଭାଇଙ୍କୁ ହାଣିଦେଲା ଯୁବକ

Advertisment
ଦୁଇଭାଇଙ୍କୁ ହାଣିଦେଲା ଯୁବକ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ମଲଦା ପଞ୍ଚାୟତ କାଶିଆ ଗ୍ରାମରେ ଦୁଇ ବୃଦ୍ଧ ଭାଇଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି ଜଣେ ଯୁବକ। ଆଜି ଦିନ ୧୧ଟା ବେଳେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଥିବା ଦୁଇ ଭାଇ ହେଲେ କାଶିଆ ଗ୍ରାମର ସମାର ନାଏକ (୬୩) ଓ କର୍ମୁ ନାଏକ (୫୯)। ହତ୍ୟା ଅଭିଯୁକ୍ତ ଉଦ୍ଧବ ନାଏକ (୩୩)ଙ୍କୁ ଗାଁ ଲୋକେ କାବୁକରି ନିସ୍ତୁକ ମାଡ଼ ମାରିବା ସହ ପୁଲିସ ଜିମା ଦେଇଛନ୍ତି।

ପୁଲିସ ସୂଚନା ଅନୁସାରେ ସମାର ଓ କର୍ମୁ ଆଜି ଦିନବେଳେ ନିଜ ନିଜ ଘରେ ଥିଲେ। ଉଦ୍ଧବ ପ୍ରଥମେ କର୍ମୁଙ୍କୁ ଯାଇ ହାଣିଥିଲା। ସାନଭାଇଙ୍କୁ ଆକ୍ରମଣ ବେଳେ ବଡ଼ଭାଇ ରକ୍ଷା କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। ଉଦ୍ଧବ ତାଙ୍କୁ ମଧ୍ୟ ହାଣି ପକାଇଥିଲା। ଘଟଣାସ୍ଥଳରେ ହିଁ ସମାରଙ୍କର ମୃତ୍ୟୁ ହୋଇଥିଲା। କର୍ମୁଙ୍କୁ ଗୁରୁତର ଅବସ୍ଥାରେ ସାହି ଲୋକେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଦୁଇ ଭାଇଙ୍କୁ ହତ୍ୟା କରିବା ପରେ ଉଦ୍ଧବ ତାଙ୍କ ଘରକୁ ପଳାଇ ଯାଇ ଲୁଚି ରହିଥିଲା। ଗ୍ରାମବାସୀ ଜାଣିବା ପରେ ତାଙ୍କୁ ଘରୁ ଭିଡ଼ିଆଣି ନିସ୍ତୁକ ମାଡ଼ ମାରି ପୁଲିସ ଜିମା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଉଦ୍ଧବକୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe