ଯୁବକଙ୍କ ‘ଲାଇଭ୍‌ ସୁଇସାଇଡ୍‌’ : ପ୍ରେମିକାଙ୍କୁ ଭିଡିଓକଲ୍‌ କରି ପଙ୍ଖାରେ ଝୁଲିଲେ

Advertisment
ଯୁବକଙ୍କ ‘ଲାଇଭ୍‌ ସୁଇସାଇଡ୍‌’ : ପ୍ରେମିକାଙ୍କୁ ଭିଡିଓକଲ୍‌ କରି ପଙ୍ଖାରେ ଝୁଲିଲେ

ଜଗତସିଂହପୁର : ନିଜ ପ୍ରେମିକାଙ୍କୁ ‘ଲାଇଭ୍‌ ସୁଇସାଇଡ୍‌’ ବା ‘ଆତ୍ମହତ୍ୟାର ସିଧା ପ୍ରସାରଣ’ ଦେଖାଇଛନ୍ତି ଜଣେ ଯୁବକ। ଭିଡିଓ କଲିଂ ସମୟରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଯୁବକ ଜଣକ ବେଡ଼ସିଟ୍‌ ଲଗାଇ ସିଲିଂ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି।

ମୃତ ଯୁବକ ହେଉଛନ୍ତି ପାରାଦୀପର ମଧୁବନ କଲୋନିର ସିଦ୍ଧାର୍ଥ କୁମାର ମାଝୀ ଓରଫ କୁନା । ସିଦ୍ଧାର୍ଥ ସାହାରା ଇଣ୍ଡିଆ କମ୍ପାନିର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଜଗତସିଂହପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ସେ ଭଲ ପାଉଥିଲେ। ଗତକାଲି ସଂଧ୍ୟାରେ ସିଦ୍ଧାର୍ଥଙ୍କର କୌଣସି କାରଣରୁ ନିଜ ପ୍ରେମିକାଙ୍କ ସହ ମନାନ୍ତର ଓ ଯୁକ୍ତିତର୍କ ହୋଇଥିଲେ। ଏହାପରେ ବିଳମ୍ବିତ ରାତିରେ ସେ ଯୁବତୀଙ୍କୁ ଫୋନ୍‌ କରିବା ସହ ‘ଆଜି ଆତ୍ମହତ୍ୟା କରିଦେବି’ ବୋଲି କହିଥିଲେ। ଯୁବତୀଜଣକ ପ୍ରଥମେ ଏହାକୁ ମିଛ ଧମକ ବୋଲି ଭାବି ବିଶେଷ ଗୁରୁତ୍ଵ ଦେଇ ନଥିଲେ। ମାତ୍ର ସିଦ୍ଧାର୍ଥ ଜିଦ୍‌ କରୁଥିବା ଦେଖି ଯୁବତୀ ସେମାନଙ୍କର ଜଣେ ବନ୍ଧୁଙ୍କୁ ଫୋନ୍‌ରେ ସବୁ କଥା ଜଣାଇବା ସହ ତୁରନ୍ତ ମଧୁବନସ୍ଥିତ ସିଦ୍ଧାର୍ଥଙ୍କ ଘରକୁ ଯିବାକୁ କହିଥିଲେ। ସେ ତୁରନ୍ତ ସିଦ୍ଧାର୍ଥଙ୍କ ଘର ନିକଟରେ ପହଞ୍ଚି କବାଟ ବାଡ଼େଇ ଡାକିଥିଲେ। ସିଦ୍ଧାର୍ଥଙ୍କ ବଡ଼ ଭାଇ କବାଟ ଖୋଲିବାରୁ ସେ ତାଙ୍କୁ ସବୁ କଥା କହିଥିଲେ। କବାଟ ତାଡ଼ି ଦେଖିବା ବେଳକୁ ସିଲିଂ ଫ୍ୟାନ୍‌ରେ ସିଦ୍ଧାର୍ଥଙ୍କ ଓହଳିଥିବା ଦେଖିବାକୁ ପାଇଥିଲେ। ସେମାନେ ତାଙ୍କୁ ତୁରନ୍ତ ତଳକୁ ଆଣି ହସ୍‌ପିଟାଲକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe