Advertisment

ନାଳରେ ଯୁବକ ନିଖୋଜ ଘଟଣା: ଦୁଇ ଦିନ ପରେ ଶବ ଉଦ୍ଧାର

Advertisment
ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ମ. ରାମପୁର: କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ୍ ଦେଢ଼ଶୁଲି ପଞ୍ଚାୟତ ମୁଡ଼ିସ୍ ଗ୍ରାମର ହେମନ୍ତ ମାଝୀ (୨୮ବର୍ଷ) ନାଳାର ବନ୍ୟାପାଣିରେ ନିଖୋଜ ହୋଇଯାଇଥିଲେ। ଦୁଇଦିନ ପରେ ରବିବାର ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ହେମନ୍ତ ଗତ ୧୯ ତାରିଖ ଦିନ ବାଲିଗୁଡ଼ା ବ୍ଲକ୍ ସୁର୍ଡା ଗ୍ରାମକୁ ଡାଲି ଚାଉଳ କିଣିବାକୁ ଯାଇଥିଲେ। ଫେରୁଥିବା ବେଳେ ବର୍ଷା ଯୋଗୁଁ ଗାଁ ପାଖ ଜଗନ୍‌ଝାଡ଼ି ନାଳାରେ ଭାସିଯାଇଥିଲେ। ରାତିରେ ସେ ଘରକୁ ନଫେରିବାରୁ ଘର ଲୋକେ ବହୁତ୍ ଖୋଜା ଖୋଜି କରି ନାଳ ପାଖରେ ବାଇକ ଥିବା ଦେଖିବାକୁ ପାଇଥିଲେ। ଫଳରେ ନାଳ ପାଣିରେ ସେ ଭାସି ଯାଇଥିବା ଅନୁମାନ କରିଥିଲେ। ଦୁଇଦିନ ଖୋଜିବା ପରେ ରବିବାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଗାଡ଼ାଙ୍ଗି ଗାଁ ନିକଟରୁ ତାଙ୍କ ଶବ ମିଳିଥିଲା। ବାଲିଗୁଡ଼ା ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe