ଡିଏଭି ପୋଖରୀରେ ଯୁବକ ନିଖୋଜ

Advertisment
ଡିଏଭି ପୋଖରୀରେ ଯୁବକ ନିଖୋଜ

Kalinga TV

ରାଉରକେଲା: ଡିଏଭି ପୋଖରୀରେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ତନାଘନା ଚଳାଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଯୁବକଙ୍କୁ ଉଦ୍ଧାର କରାଯାଇନାହିଁ।
ସୂଚନା ଅନୁଯାୟୀ, ବାସନ୍ତୀ କଲୋନି ଆମ୍ବେଦକର ବସ୍ତିର ଦୁଇ ଜଣ ସାଙ୍ଗ ଡିଏଭି ପୋଖରୀକୁ ବୁଲିବାକୁ ଆସିଥିଲେ।

ଆକାଶ ଟପ୍ପୋ କୌଣସି କାରଣରୁ ଭାରସାମ୍ୟ ହରାଇ ଡିଏଭି ପୋଖରୀରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବାହିନୀକୁ ଘଟଣା ସଂପର୍କରେ ଜଣାଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାତି ୯.୩୦ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ। କିନ୍ତୁ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ନିଖୋଜ ଯୁବକଙ୍କୁ ଉଦ୍ଧାର ‌କରାଯାଇନଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe