ବ୍ରହ୍ମପୁର : କେରଳ ଫେରନ୍ତାଙ୍କ ମୁଣ୍ଡ କାଟିଦେଲେ

ଗାଁକୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହି ଘରକୁ ଫେରିଥିଲେ

ଚରିତ୍ର ସନ୍ଦେହ କରି ସ୍ତ୍ରୀକୁ ହତ୍ୟା, ସ୍ୱାମୀ ଗିରଫ

timesof india

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ବଡ଼ଗଡ଼ ଥାନା ଅନ୍ତର୍ଗତ ଏକଲପୁର ଗ୍ରାମ ନିକଟରେ ବିଲରୁ ଜଣେ ଯୁବକଙ୍କ ମୁଣ୍ଡ କାଟି ଗଣ୍ଡିରୁ ଅଲଗା କରି ଫିଙ୍ଗିଦେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଜଣକ ହେଲେ, ସୋରଡ଼ା ଥାନା ବୋରସିଂ ଗ୍ରାମର ରବୀନ୍ଦ୍ର ପ୍ରଧାନଙ୍କ ବଡ଼ପୁଅ ନୀଳାଞ୍ଚଳ ପ୍ରଧାନ (୨୩)। ବଡ଼ଗଡ଼ ପୁଲିସ ଓ ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନୀଳାଞ୍ଚଳଙ୍କୁ ହତ୍ୟା କରା ଯାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ସ୍ପଷ୍ଟ ହେଉଛି। ଏଥିପାଇଁ ପୁଲିସ ଗ୍ରାମରେ ପଚରାଉଚରା ଆରମ୍ଭ କରିଛି।

ପୁଲିସ ସୂତ୍ରରୁ ଜଣାପଡ଼ିଛି, ନୀଳାଞ୍ଚଳ କିଛି ବର୍ଷ ହେଲା କେରଳରେ କାମ କରୁଥିଲେ। ଲକ୍‌ଡାଉନ୍ ପରେ ସେ ଗାଁକୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ଘରକୁ ଫେରିଥିଲେ। ଗତକାଲି ରାତି ୮ଟାରେ ତାଙ୍କୁ ଜଣେ ସାଙ୍ଗ ବୁଲିବାକୁ ଯିବା ପାଇଁ ଡାକିଥିଲେ। ସାଙ୍ଗ ସହିତ ନୀଳାଞ୍ଚଳ ଗୋଟିଏ ବାଇକ୍‌ରେ ଯାଇ ଆଉ ଘରକୁ ଫେରି ନଥିଲେ। ‌ତାଙ୍କ ଫୋନ୍ ମଧ୍ୟ ଲାଗି ନଥିଲା। ଆଜି ସକାଳୁ ପରିବାରବର୍ଗ ଖୋଜାଖୋଜି କରିଥିଲେ। ବଡ଼ଗଡ଼ ଠାରୁ ଗୌଡ଼ଗୋଠ ଯିବା ରାସ୍ତା ଏକଲପୁର ଗ୍ରାମ ନିକଟ ବିଲରୁ ନୀଳାଞ୍ଚଳଙ୍କ ଶବ ଠାବ ହୋଇଥିଲା। ମୁଣ୍ଡକୁ ଶରୀରକୁ ଅଲଗା କରିଦିଆଯାଇ କିଛି ଦୂରରେ ଫୋପାଡ଼ି ଦିଆ ଯାଇଥିଲା। ମୁଣ୍ଡରେ କଟା ଦାଗ ରହିଥିବା ବେଳେ ପେଟରେ ମଧ୍ୟ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା। ବଡ଼ଗଡ଼ ଥାନାଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଏଏସ୍‌ପି ଠାକୁର ପ୍ରସାଦ ପାତ୍ରଙ୍କ ସହ ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାର ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ ହୋଇଥିଲା। ନୀଳାଞ୍ଚଳଙ୍କ ପରିବାରବର୍ଗଙ୍କ ଅଭିଯୋଗକ୍ରମେ ବଡ଼ଗଡ଼ ଥାନାରେ ମାମଲା ରୁଜୁ ହୋଇଛି। ଶବକୁ ଆସନ୍ତାକାଲି ଆସିକା ମେଡିକାଲରେ ବ୍ୟବଚ୍ଛେଦ କରାଯିବ ବୋଲି ଥାନାଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe