କଳାହାଣ୍ଡି : ଯୁବକଙ୍କୁ ଗଳା କାଟି ହତ୍ୟା

Advertisment
ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା

DNA India

ପର୍ଲା : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍‌ ରାବଣଗୁଡ଼ା ଗ୍ରାମରେ ଜଣେ ଯୁବକ ଲୀଳାନିଧି ସୁନାନୀ (୨୮ବର୍ଷ)ଙ୍କୁ ଗଳାକାଟି ହତ୍ୟା କରାଯାଇଛି। ରାବଣଗୁଡ଼ା ଅଏଁଲାଯୋର ନିକଟ କେନାଲ ପାଖରୁ ତାଙ୍କ ଶବ ଉଦ୍ଧାର କରାଯାଇଛି। ମୃତ ଲୀଳାନିଧିଙ୍କ ଘର ଘୁମେର ଗାଁରେ ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଲୀଳାନିଧିଙ୍କ ନିକଟକୁ ଗତ ଶନିବାର ଭୋର୍‌ ୪ ଟାରରେ ଏକ ଫୋନ୍‌ କଲ୍‌ ଆସିଥିଲା। ସକାଳୁ ଘରୁ ବାଇକ୍ (ଓଆର ୦୮ ଜି ୨୦୦୫)ରେ ବୁଲି ବାହାରିଥିଲେ। ସକାଳ ୮ଟାରେ ଘରକୁ ଫୋନ୍‌ କରି କୁକୁଡ଼ା ମାଂସ ଧରି ଯିବେ ବୋଲି ସୂଚନା ଦେଇଥିଲେ। ହେଲେ ସେ ଘରକୁ ଫେରି ନଥିଲେ କିମ୍ବା ତାଙ୍କ ଫୋନ୍‌ ମଧ୍ୟ ଲାଗି ନଥିଲା। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ବି ପାଇ ନଥିଲେ। ସୋମବାର ସକାଳୁ ତାଙ୍କର ମୃତଦେହ ଉକ୍ତ କେନାଲ ନିକଟରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଧର୍ମଗଡ଼ ଏସ୍‌ଡିପିଓ ନାରାୟଣ ନାଏକ, ଧର୍ମଗଡ଼ ଥାନାଧିକାରୀ ଟୁନା ସେଠୀ, ଗୋଲାମୁଣ୍ଡା ଥାନାଧିକାରୀ ଯୁଗଳ ଶବର ଏବଂ ସାଇଣ୍ଟିଟିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଲୀଳାନିଧିଙ୍କ ଗଳା କଟିଥିବା ଓ ମୁଣ୍ଡରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ପ୍ରାଥମିକି ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ଜାଣିପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe