ଗଳାକାଟି ଯୁବକଙ୍କୁ ବୀଭତ୍ସ ହତ୍ୟା, ରାସ୍ତାରେ ୪ ଘଣ୍ଟା ପଡ଼ିରହିଲା ଶବ

Advertisment
ମଦ ପାଇଁ ଟଙ୍କା ନଦେବାରୁ ବାପାକୁ ହତ୍ୟା

Times of India

ଶାଳଚୁଆ : ସୋମବାର ସକାଳେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବାରୁଖୁଣ୍ଟା ଗାଁର ଜଣେ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ହେଲେ, ସେହି ଗାଁର ମାଧ ମିରିଡିହାଙ୍କ ପୁଅ ଜଗବନ୍ଧୁ ମିରିଡିହା (୪୫)। ବାଇକ୍‌ରେ ନିଜ ଭଉଣୀ ଘରକୁ ଯିବା ସମୟରେ ଜଗବନ୍ଧୁ (୪୫)ଙ୍କୁ ଘରଠାରୁ ମାତ୍ର ଏକ କିମି ଦୂରରେ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା। ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡକୁ ନେଇ ଆଖପାଖ ଅଞ୍ଚଳରେ କୋକୁଆଭୟ ଖେଳିଯାଇଛି। ମୃତ ଜଗବନ୍ଧୁଙ୍କ ପତ୍ନୀ ଅମ୍ବିକାଙ୍କ ଅଭିଯୋଗ ଆଧାରରେ କପ୍ତିପଦା ଥାନା ପୁଲିସ କେସ୍‌ ନଂ ୨୦୩/୨୦ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ଆଜି ସକାଳେ ଜଗବନ୍ଧୁ ନିଜ ବାଇକ୍‌ (ଓଡି୧୧-୬୧୫୬) ଯୋଗେ ନିଜ ଭଉଣୀ ଘର ଅଘିରାପଦା ଗାଁକୁ ଯାଉଥିଲେ। ଘରଠାରୁ ପ୍ରାୟ ୧ କିମି ଯିବା ପରେ ଜଙ୍ଗଲିଆ ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡ, ମୁହଁ ଓ ଗଳାକୁ ଅତି ଅମାନୁଷିକ ଭାବେ ହାଣିବା ପରେ ପୂର୍ବ ପରି ତାଙ୍କୁ ହେଲ୍‌ମେଟ୍‌ ପିନ୍ଧାଇ, ବେକରେ ଗାମୁଛା ବାନ୍ଧି ପଳାଇଥିଲେ। ପ୍ରାୟ ୪ ଘଣ୍ଟା ପରେ ସେହି ଜଙ୍ଗଲକୁ ଗୋରୁ ଚରାଇବାକୁ ଯାଇଥିବା କିଛି ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଗବନ୍ଧୁଙ୍କୁ ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ। ତେବେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଜଗବନ୍ଧୁଙ୍କର ମୃତ୍ୟୁ ହୋଇ ସାରିଥିଲା। ଖବର ପାଇ କପ୍ତିପଦା ଏସ୍‌ଡିପିଓ, ଥାନା ଭାରପ୍ରାପ୍ତ ଅଧିକାରୀ ସଞ୍ଜୟ କୁମାର ପ୍ରଧାନଙ୍କ ସହିତ ବାରିପଦା ଓ ବାଲେଶ୍ବରର ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରେ ପହ‌ଞ୍ଚି ତଦନ୍ତ କରିଛନ୍ତି। ଜଗବନ୍ଧୁଙ୍କ ବାପା ମାଧ ମିରିଡିହା (୮୫)ଙ୍କ କହିବା ଅନୁଯାୟୀ, ତାଙ୍କ ପୁଅର କାହା ସହିତ କିଛି ଝଗଡ଼ା କି ଶତ୍ରୁତା ନଥିଲା। ତେଣୁ କେଉଁ କାରଣ ପାଇଁ ତାଙ୍କୁ ଏଭଳି ବୀଭତ୍ସ ଭାବେ ହତ୍ୟା କଲା, ସେ ନେଇ ‌ସନ୍ଦେହ ଉପୁଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe