ନବରଙ୍ଗପୁର : ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ! ୧୩ ଦିନ ପରେ ଶବ ଉଦ୍ଧାର

ମୋବାଇଲ ଟ୍ରାକିଂରୁ ପୁଲିସକୁ ମିଳିଲା ସଫଳତା, ୨ ଗିରଫ

ନବରଙ୍ଗପୁର : ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ! ୧୩ ଦିନ ପରେ ଶବ ଉଦ୍ଧାର

Patrika

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କକୁ ନେଇ ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ହୋଇଛି। ଯୁବକ ନିଖୋଜର ୧୩ ଦିନ ପରେ ଶବ ଉଦ୍ଧାର ହୋଇଥିଲା। ମୋବାଇଲ ଟ୍ରାକିଂରୁ ପୁଲିସକୁ ମିଳିଛି ସଫଳତା।

ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୧୦ ତାରିଖ ଦିନ ଖାତିଗୁଡା ଥାନା ଅନ୍ତର୍ଗତ ପୁଡାପାଲା ଗ୍ରାମର ସୁବାଷ ଜାନୀ(୩୨) ନାମକ ଜଣେ ଯୁବକ ନିଖୋଜ ଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ନିଖୋଜର ୧୩ ଦିନ ପରେ ଗତ ୨୩ ତାରିଖ ଦିନ ପୁଡାପାଲା ଗ୍ରାମର ନିକଟରେ ଥିବା ଏକ ପାହାଡ ଉପରେ କିଛି ଲୋକେ ଗାଇ ଚରାଇବା ପାଇଁ ଯିବା ବେଳେ ଗନ୍ଧ ବାରି ହେବାରୁ ଗାଇ ଚରାଇବା ପାଇଁ ଯାଇଥିବା ବ୍ୟକ୍ତି ଘଟଣାସ୍ଥଳ ନିକଟକୁ ଗଲା ବେଳେ ଜାଣିପାରିଥିଲେ ସେଠାରେ ଏକ ମୃତ ଦେହ ପଡିଛି। ପରେ ଜଣାପଡିଥିଲା ଯେ ମୃତକ ଯୁବକ ଜଣକ ନିଖୋଜ ଥିବା ବ୍ୟକ୍ତି ସୁବାଷଙ୍କର। ଥାନାକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳକୁ ଯାଇ ଦେଖିବା ବେଳକୁ ଶବଟି ପଚିଯାଇଛି। ସେଠାରେ ହିଁ ଶବ ବ୍ୟବଛେଦ ହୋଇଥିଲା। ତେବେ ସୁବାଷର ତଣ୍ଟି ନିକଟରେ ଏକ କ୍ଷତାକ୍ତ ଚିହ୍ନ ଥିବାରୁ ପୁଲିସକୁ ସନ୍ଦେହ ସୃଷ୍ଟି ହୋଇଥିଲା।

ଖାତିଗୁଡା ଥାନା ଅଧିକାରୀ ଦୁର୍ଗାମାଧବ ବାଗ ଏକ ଅପମୃତ୍ୟୁ ମାମଲା କେସ ନଂ ୭/୨୦ରେ ରୁଜୁ କରି ତଦନ୍ତ ଆଗକୁ ବଢ଼ାଇଥିଲେ। ପରେ ମୃତକ ସୁବାଷର ମୋବାଇଲ ନଂ ଟ୍ରାକିଂ କରି ସନ୍ଦେହରେ ପ୍ରଥମେ ତେନ୍ତୁଳିଖୁଣ୍ଟିର ବୁଡୁ ବାଗ(୨୫) ନାମକ ଜଣେ ଯୁବକକୁ ଥାନାରେ ଅଟକ ରଖି ପଚରା ଉଚରା ଆରମ୍ଭ କରିଥିଲା। ପୁଲିସ ତଦନ୍ତ ବେଳେ ଜଣାପଡିଥିଲା ଯେ ମୃତକ ସୁବାଷର ସେହି ଗ୍ରାମର ଜଣେ ଯୁବତୀ ନମିତା(ଛଦ୍ମନାମ) ସହ ପ୍ରେମ ସମ୍ପର୍କ ଥିଲା। ଏ ମଧ୍ୟରେ ଉକ୍ତ ଯୁବତୀ ସହିତ ବୁଡୁର ପ୍ରେମ ସମ୍ପର୍କ ଆରମ୍ଭ ହେଲା। ଏଥିରେ କଣ୍ଟା ରହିଥିଲା ସୁବାଷ। ଏ ମଧ୍ୟରେ ବୁଡୁ ଉକ୍ତ ଯୁବତୀକୁ ବିବାହ ପାଇଁ ନିବେଦନ କରିଥିଲା। ତେବେ ସୁବାଷକୁ ହଟାଇଲେ ହିଁ ଏମାନଙ୍କ ପ୍ରେମ ସଫଳ ହୋଇପାରିବ ଭାବି ଉଭୟ ମିଶି ଏକ ଷଡଯନ୍ତ୍ର କରିଥିଲେ। ପରେ ଯୋଜନା ବଦ୍ଧ ଭାବେ ସୁବାଷକୁ ଉକ୍ତ ଯୁବତୀ କଥା ହେବା ପାଇଁ ଉକ୍ତ ପାହାଡ ଉପରକୁ ଡାକି ନେଇଥିଲା। ପାହାଡ ଉପରେ ଯୋଜନା ବଦ୍ଧ ଭାବେ ଉଭୟେ ମିଶି ପ୍ରଥମେ ସୁବାଷର ମୁଣ୍ଡକୁ ଆଘାତ କରିଥିଲେ। ପରେ ଏକ ଛୁରୀରେ ସୁବାଷର ତଣ୍ଟିକୁ କାଟିଥିଲେ। ପୁଲିସ ସମସ୍ତ ଘଟଣାକ୍ରମ ଜାଣିବା ପରେ ଉଭୟ ପ୍ରେମିକ ବୁଡୁ ଓ ନମିତାକୁ ଗିରଫ କରିବା ପରେ ଆଜି ନବରଙ୍ଗପୁର କୋର୍ଟକୁ ଚାଲାଣ କରିଥିଲେ। ଥାନାରେ ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାରେ ରୁପାନ୍ତରିତ କରିବା ସହ ଥାନାରେ ଏକ ହତ୍ୟା ମାମଲା ନଂ ୫୪/୨୦ ଦଫା ୩୦୨,୩୦୧, ୧୨୦(ବି) ଓ ୩୪ ଆଇପିସିରେ ମାମଲା ରୁଜୁ ହୋଇଛି। ମୃତକ ସୁବାଷ ବିବାହିତ ଏବଂ ସେ ନିଜ ଶ୍ୱଶୁର ଘରେ କିଛି ବର୍ଷ ହେବ ରହୁଥିଲେ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe