The Hans India
ନନ୍ଦପୁର : କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ଖୁର୍ଜି ପଞ୍ଚାୟତର ନନ୍ଦିଗାଁରେ ଗୁଣିଗାରେଡ଼ି ଯୋଗୁୁ ଜଣେ ଯୁବକ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି।
ମୃତ ଯୁବକ ହେଲେ, ଗ୍ରାମର ଭଗବାନ ଚମ୍ପି(୪୦)। ଭଗବାନଙ୍କ ସହିତ ଅନ୍ୟ ଏକ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା। ଉଭୟ ପରିବାର ଅନେକ ଥର ଝଗଡ଼ା ମଧ୍ୟ ହୋଇଥିଲା। ଗତ କିଛି ଦିନ ତଳେ ଭଗବାନଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ଏଥି ପୂର୍ବରୁ ଗୁଣି ଗାରେଡି କରି ଭଗବାନଙ୍କୁ କୁଆଡ଼େ ମାରି ଦେବା ପାଇଁ ଗ୍ରାମର ଦୁଇ ଜଣ ଧମକ ଦେଇଥିଲେ। ତେଣୁ ଗୁଣିଗାରେଡ଼ି କରିବା ଯୋଗୁ ଭଗବାନଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ୩ ଜଣଙ୍କୁ ପୁଲିସ ନିଜ ହେପାଜତରେ ରଖିଥିବା ଏସ୍ଡିପିଓ ସଂଜୟ କୁମାର ମହାପାତ୍ର କହିଛନ୍ତି।
Follow Us