୧୩୨ କେଭି ଟାୱାର୍‌ ଉପରେ ଯୁବକ: ‘ଟେନ୍‌ସନ୍‌ରେ ଥିଲି ଚଢ଼ିଗଲି’

Advertisment

ଉଚ୍ଚ କ୍ଷମତାସମ୍ପନ୍ନ ୧୩୨ କେଭି ଗ୍ରିଡ୍‌ ଟାୱାର୍‌ ଶୀର୍ଷ ଉପରେ ଜଣେ ଯୁବକ ୬ ଘଣ୍ଟା ଧରି ବସି ରହିଲେ। ତାରକୁ ଧରି ଝୁଲିଲେ। କିଛି ଷ୍ଟଣ୍ଟ୍‌ ବି ଦେଖାଇଲେ। ବହୁ କସରତ ପରେ ଶେଷରେ ତଳକୁ ଓହ୍ଲାଇଲେ।

ଉଚ୍ଚ କ୍ଷମତାସମ୍ପନ୍ନ ୧୩୨ କେଭି ଗ୍ରିଡ୍‌ ଟାୱାର୍‌ ଶୀର୍ଷ ଉପରେ ଜଣେ ଯୁବକ ୬ ଘଣ୍ଟା ଧରି ବସି ରହିଲେ। ତାରକୁ ଧରି ଝୁଲିଲେ। କିଛି ଷ୍ଟଣ୍ଟ୍‌ ବି ଦେଖାଇଲେ। ବହୁ କସରତ ପରେ ଶେଷରେ ତଳକୁ ଓହ୍ଲାଇଲେ।

ghghgh

ବଲାଙ୍ଗୀର: ଉଚ୍ଚ କ୍ଷମତାସମ୍ପନ୍ନ ୧୩୨ କେଭି ଗ୍ରିଡ୍‌ ଟାୱାର୍‌ ଶୀର୍ଷ ଉପରେ ଜଣେ ଯୁବକ ୬ ଘଣ୍ଟା ଧରି ବସି ରହିଲେ। ତାରକୁ ଧରି ଝୁଲିଲେ। କିଛି ଷ୍ଟଣ୍ଟ୍‌ ବି ଦେଖାଇଲେ। ବହୁ କସରତ ପରେ ଶେଷରେ ତଳକୁ ଓହ୍ଲାଇଲେ। ସମ୍ପୃକ୍ତ ଯୁବକ ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ବ୍ଲକ୍‌ ଖମାରମୁଣ୍ଡା ଗାଁର ସିଦ୍ଧେଶ୍ବର ଭୋଇ। ବୟସ ପାଖାପାଖି ୨୫ବର୍ଷ ହେବ। ଆଜି ସକାଳୁ ସେ ଗାଧୋଇ ଯାଉଥିବା କହି ଘରୁ ବାହାରିଥିଲେ। ହେଲେ ସାଢ଼େ ୮ଟା ବେ‌ଳେ ଗାଁ ପାଖ ସୁଉଚ୍ଚ ଟାୱାର୍‌ ଶୀର୍ଷକୁ ଚଢ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏବଂ ପରିବାର ଲୋକେ ଟାୱାର୍‌ ତଳେ ପହଞ୍ଚି ତାଙ୍କୁ ବୁଝାସୁଝା କରିଥିଲେ।

ସେପଟେ ଘଟଣା ସମ୍ପର୍କରେ ଆଗତୁରା ଖବର ପାଇ ବିଜୁଳି ସଂଯୋଗ କାଟି ଦିଆଯାଇଥିଲା। ଘଟଣାସ୍ଥଳରେ ପୁଲିସ, ଅଗ୍ନିଶମ କର୍ମଚାରୀ ପହଞ୍ଚି ବଡ଼ ପାଟିରେ ସିଦ୍ଧେଶ୍ବରଙ୍କୁ ଓହ୍ଲାଇ ଆସିବାକୁ ନିବେଦନ କରିଥିଲେ। ହେଲେ ସେ ତାରରେ ଝୁଲିବାକୁ ଲାଗିଥିଲେ। ତଳେ ଅଗ୍ନିଶମ କର୍ମଚାରୀ ପ୍ଲାଷ୍ଟିକ୍‌ ନେଟ୍‌ ଧରି ଛିଡ଼ା ହୋଇଥିଲେ। ଏମିତି କସରତ ପାଖାପାଖି ୬ ଘଣ୍ଟା ଧରି ଚାଲିଥିଲା। ପରେ ଦିନ ଅଢ଼େଇଟା ବେଳେ ସିଦ୍ଧେଶ୍ବର ଓହ୍ଲାଇଥିଲେ। ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ‘ଟେନ୍‌ସନ୍‌ରେ ଥିଲି, ଚଢ଼ିଗଲି’ ବୋଲି ସି‌ଦ୍ଧେଶ୍ବର କହିଛନ୍ତି। ଦୁଇବର୍ଷ ତଳେ ସେ ଉକ୍ତ ଟାୱାର୍‌କୁ ଅନୁରୂପ ଭାବେ ଚଢ଼ି ଯାଇଥିଲେ। ତାଙ୍କ ମାନସିକ ସ୍ଥିତି ଠିକ ନଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe