କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତଳ କୁଟିଙ୍ଗା ଗାଁରେ ଘଡଘଡି ସହ ପ୍ରବଳ ବର୍ଷା ପବନରେ ଘର ଭାଙ୍ଗି ଥିବା ପରିବାର ସଦସ୍ୟକୁ ୟୁଥ୍ ରେଡକ୍ରସ ତରଫରୁ ସହାୟତା ପ୍ରଦାନ

Advertisment
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତଳ କୁଟିଙ୍ଗା ଗାଁରେ ଘଡଘଡି ସହ ପ୍ରବଳ ବର୍ଷା ପବନରେ ଘର ଭାଙ୍ଗି ଥିବା ପରିବାର ସଦସ୍ୟକୁ ୟୁଥ୍ ରେଡକ୍ରସ ତରଫରୁ ସହାୟତା ପ୍ରଦାନ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତଳ କୁଟିଙ୍ଗା ଗାଁରେ ଶନିବାର ସନ୍ଧ୍ୟାରେ ଘଡଘଡି ସହ ପ୍ରବଳ ବର୍ଷା ପବନ ହେବାରୁ ଗ୍ରାମର ଲାକି ମିଣିଆକା ଓ ଇଲିସ ମିଣିଆକାଙ୍କ ଘରର ସମସ୍ତ ଆଜବେଷ୍ଟ ଉଡିଯିବା ସହ ଭାଙ୍ଗିରୁଜି ଯାଇଥିଲା। ଏପରିକି ପଡୋଶି ଗାଙ୍ଗେ ମିଣିଆକାଙ୍କ ଘର ଉପରେ ପଡିବା ଫଳରେ ତାଙ୍କର ବି କିଛି ଆଜବେଷ୍ଟ ଭାଙ୍ଗିଥିଲା। ଫଳରେ ଦୁଇଜଣଙ୍କର ଘର ଉପର ଆଜବେଷ୍ଟ ନଥିବାରୁ ଘର ଭିତରେ ଥିବା ଆସବାବ ପତ୍ର ସହ ସମସ୍ତ ସାମଗ୍ରି ନଷ୍ଟ ହୋଇଯାଇଥିଲା। ବର୍ତମାନର ଲକଡାଉନ ସମୟ ସହ ରାତିରେ କେମିତି ରହିବେ ଦୁଇ ପରିବାର ତାକୁ ନେଇ ସରପଚଂ ନିରୁପମା ଓ୍ଵାଡେକା ତହସିଲ ଓ ବ୍ଲକ ପ୍ରଶାସନକୁ ଜଣାଇଥିଲେ। ପରେ ରାତାରାତି ସେମାନଙ୍କୁ ପଲିଥିନର ବ୍ୟବସ୍ଥା କରାଯାଇଥିଲା। ଆଜି ରାଜସ୍ଵ ଅଧିକାରୀ ପ୍ରଶାନ୍ତ ନାୟକ ସକାଳେ ତଳକୁଟିଙ୍ଗା ଗ୍ରାମକୁ ଯାଇ ଦୁଇଟି ପରିବାର କ୍ଷୟକ୍ଷତିର ଆକଳନ କରିଥିଲେ ଓ ତହସିଲଦାରଙ୍କୁ ଜଣାଇ ଦିଆଯିବ, ପରେ କ୍ଷତିଗ୍ରସ୍ତଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ରିଲିଫ ପ୍ରଦାନ କରାଯିବ ବୋଲି କହିଥିଲେ। ସମସ୍ତ ବିଷୟରେ ଖବର ପାଇ ଲକ୍ଷ୍ମୀପୁର ମହାବିଦ୍ୟାଳୟର ୟୁଥ ରେଡକ୍ରସର ଏକ ଟିମ ଚାଉଳ, ଚିନି, ଡାଲି, ଚୁଡା, ମାଚିସ, ମହମବତି ଆଦି ନେଇ ଉକ୍ତ ଦୁଇପରିବାରଙ୍କ ସମେତ ଆଂଶିକ କ୍ଷତି ସହିଥିବା ଅସହାୟ ବୃଦ୍ଧାଙ୍କୁ ରିଲିଫ ସାମଗ୍ରୀ ପ୍ରଦାନ କରିଛନ୍ତି। ରେଡକ୍ରସର ଲାଉଁନସିଲର ଡ.ପ୍ରକାସ ସେନାପତି, ରମେସ ଦୋରା, ଦେବେନ୍ଦ୍ରନାଥ, ନାରାୟଣ ମାଝି, ସାହୁ, ହରେକୃଷ୍ଣ ସାହୁ, ଗୋଲକ ଚନ୍ଦ୍ର ଲେଙ୍କା, ପରମେଶ୍ଵର ସାହୁ, ପ୍ରମୋଦ କୁମାର ଜେନା ପ୍ରମୁଖ ବଣ୍ଟନ ସମୟରେ ଉପସ୍ଥିତ ରହି ଲକ୍ ଡାଉନ ସମୟର କିପରି ଘରେ ରହିବେ ସେ ବିଷୟରେ ମଧ୍ୟ ଅବଗତ କରାଇଥିଲେ। ଲକଡାଉନ ସମୟରେ ଲୋକଙ୍କୁ ସାହାର୍ଯ୍ୟ କରିବାକୁ ୟୁଥ ରେଡକ୍ରସ ସମେତ ସତ୍ୟସାଇସେବା ସମିତି, ଜେଆରସି ଟିମ ଓ ବୁଦ୍ଧିଜୀବୀ ଆଗକୁ ବଢିଥିବାରୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe