ଯୁବପିଢ଼ି ସେବାମନସ୍କ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

Advertisment

ଯୁବପିଢ଼ି ସେବାମନସ୍କ ହେବା ଆବଶ୍ୟକ ବୋଲି ‘ଇଣ୍ଡିଆନ ବାଏ ବାର୍ଥ’ ଅନୁଷ୍ଠାନର ପଞ୍ଚମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି। ବୁଧବାର କେନ୍ଦୁଝର ଅଡିଟୋରିୟମଠାରେ ଆୟୋଜିତ...

ଯୁବପିଢ଼ି ସେବାମନସ୍କ ହେବା ଆବଶ୍ୟକ ବୋଲି ‘ଇଣ୍ଡିଆନ ବାଏ ବାର୍ଥ’ ଅନୁଷ୍ଠାନର ପଞ୍ଚମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି। ବୁଧବାର କେନ୍ଦୁଝର ଅଡିଟୋରିୟମଠାରେ ଆୟୋଜିତ...

eteteg

କେନ୍ଦୁଝର: ଯୁବପିଢ଼ି ସେବାମନସ୍କ ହେବା ଆବଶ୍ୟକ ବୋଲି ‘ଇଣ୍ଡିଆନ ବାଏ ବାର୍ଥ’ ଅନୁଷ୍ଠାନର ପଞ୍ଚମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି। ବୁଧବାର କେନ୍ଦୁଝର ଅଡିଟୋରିୟମଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ମାଝୀ ଯୋଗ ଦେଇ କହିଥିଲେ, ୫ ବର୍ଷ ଧରି ଏହି ଅନୁଷ୍ଠାନର ଉତ୍ସବ ପାଳନ ହେଉଥିବା ବେଳେ ଚଳିତବର୍ଷ ‌ମୁଁ ଏଥିରେ ଯୋଗଦେଇଛି। ଗରିବ ଲୋକଙ୍କୁ ସାହାଯ୍ୟ କରିବା, ପରିବେଶ ସୁରକ୍ଷ‌ା, ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସହଯୋଗ କରିବା ଦିଗରେ ଏହି ଅନୁଷ୍ଠାନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟର ୭ଟି ଜିଲ୍ଲା ସମେତ ରାଜ୍ୟ ବାହାରେ ମଧ୍ୟ ଏହି ଅନୁଷ୍ଠାନ ନିଜ ସେବା ଜାରି ରଖିଛି। ଏହା ଅନ୍ୟ ଯୁବଗୋଷ୍ଠୀକୁ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ।

ସମ୍ମାନିତ ଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ଆମ ଜିଲ୍ଲାର ଜଣେ ଯୁବକ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଆମେ ଗର୍ବିତ। ଆଜିର ଯୁବପିଢ଼ି ମା’, ମାଟି, ମାତୃଭାଷାକୁ ସମ୍ମାନ ଦେବା ଉଚିତ। ମାଟିମନସ୍କ ହେବା ଉଚିତ। ଆମର ଖଣିଜ ସମ୍ପଦରେ ରାଜ୍ୟ ସମୃଦ୍ଧ ହୋଇଛି। ଏବେ ଜିଲ୍ଲାର ବିକାଶ ପାଇଁ ସୁଯୋଗ ଆସିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସେହିପରି ଜିଲ୍ଲାରେ ପୂର୍ବରୁ ବିଭିନ୍ନ ପ୍ରକାର ଚାଷ ହେଉଥିଲା। ଏବେ ତାହା ଆଉ ନାହିଁ। ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ଦରକାର। ମୃତ୍ତିକା ପରୀକ୍ଷା ଓ ପାଣିପାଗ ସ୍ଥିତିକୁ ଅନୁଧ୍ୟାନ କରି ଚାଷ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଅନ୍ୟତମ ଅତିଥି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଯୋଗ ଦେଇ ଅନୁଷ୍ଠାନର ସମାଜସେବାକୁ ପ୍ରଶଂସା କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସୁନୀଲ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ସହପ୍ରତିଷ୍ଠାତା ଇଂ.ସତ୍ୟରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe