ପରିବେଶର ସୁରକ୍ଷା ଦାୟିତ୍ବ ଯୁବପିଢ଼ି ନିଅନ୍ତୁ: ପଦ୍ମଚରଣ

Advertisment

ପରିବେଶ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଛି ‌ଯେ ଆମକୁ ଚିନ୍ତା କରିବାକୁ ପଡ଼ୁଛି। ପରିବେଶ ସୁରକ୍ଷା ପାଇଁ ଏବେଠାରୁ ଦୃଢ଼ ପଦ‌କ୍ଷେପ ନନେଲେ ଜୀବଜଗତର ସତ୍ତା ହଜିଯିବ। ସବୁ ଯୁବକଯୁବତୀ ଅନ୍ୟୂନ ଗୋଟିଏ ଲେଖାଏଁ ଗଛ ଲଗାଇବା ଦରକାର।

ପରିବେଶ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଛି ‌ଯେ ଆମକୁ ଚିନ୍ତା କରିବାକୁ ପଡ଼ୁଛି। ପରିବେଶ ସୁରକ୍ଷା ପାଇଁ ଏବେଠାରୁ ଦୃଢ଼ ପଦ‌କ୍ଷେପ ନନେଲେ ଜୀବଜଗତର ସତ୍ତା ହଜିଯିବ। ସବୁ ଯୁବକଯୁବତୀ ଅନ୍ୟୂନ ଗୋଟିଏ ଲେଖାଏଁ ଗଛ ଲଗାଇବା ଦରକାର।

dgdggdccvcv

କରଞ୍ଜିଆ ଗୋଲେଇ: ପରିବେଶ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଛି ‌ଯେ ଆମକୁ ଚିନ୍ତା କରିବାକୁ ପଡ଼ୁଛି। ପରିବେଶ ସୁରକ୍ଷା ପାଇଁ ଏବେଠାରୁ ଦୃଢ଼ ପଦ‌କ୍ଷେପ ନନେଲେ ଜୀବଜଗତର ସତ୍ତା ହଜିଯିବ। ସବୁ ଯୁବକଯୁବତୀ ଅନ୍ୟୂନ ଗୋଟିଏ ଲେଖାଏଁ ଗଛ ଲଗାଇବା ଦରକାର। ପ୍ଲାଷ୍ଟିକ୍‌ ବର୍ଜନ ପାଇଁ ମଧ୍ୟ ଶପଥ ନେବା ଉଚିତ। ପରିବେଶର ସୁରକ୍ଷା ଦାୟିତ୍ବ ଯୁବପିଢ଼ି ନିଅନ୍ତୁ ବୋଲି ‘ସମ୍ବାଦ’ ପକ୍ଷରୁ କରଞ୍ଜିଆରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ କହିଛନ୍ତି।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ପାଞ୍ଚପିଢ଼ ମହିଳା ଡିଗ୍ରି ମହାବିଦ୍ୟାଳୟ ପରିସରରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ‘ସମ୍ବାଦ’ର କରଞ୍ଜିଆ ପ୍ରତିନିଧି ଉମାଶଙ୍କର ଦାସ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ବିଧାୟକ ଶ୍ରୀ ହାଇବୁରୁଙ୍କ ସହ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ବୈଦ୍ୟନାଥ ମାଝୀ କହିଲେ, ଶିମିଳିପାଳ ହେଉଛି ପରିବେଶର ପ୍ରାଣକେନ୍ଦ୍ର। ତେଣୁ ତାକୁ ସୁରକ୍ଷିତ ରଖିଲେ ଆମେ ସୁସ୍ଥ ରହିବା।  ପ୍ରତି ଗାଁର ପ୍ରତିଟି ଗ୍ରାମବାସୀ ନିଜ ନିଜ ବାଡ଼ିବଗିଚାରେ ଯଥାସମ୍ଭବ ଗଛ ଲଗାଇବା ଉଚିତ। ଅନ୍ୟତମ ବିଶିଷ୍ଟ ଅତିଥି ପରିବେଶବିତ୍‌ ଆଶିଷ ରଂଜନ ମହାନ୍ତ କହିଲେ, ଛାତ୍ର ଜୀବନରୁ ପରିବେଶ ସୁରକ୍ଷା ପ୍ରତି ସଜାଗ ରହିଛି। ଯଥାସମ୍ଭବ ଗଛ ଲଗାଇଛି ଏବଂ ସେଗୁଡ଼ିକର ସୁରକ୍ଷା ଦିଗରେ ଗୁରୁତ୍ବ ଦେଇଛି। ମୋ ପରି ସମସ୍ତ ଛାତ୍ରଛାତ୍ରୀ ଗଛ ଲଗାଇବା ଦରକାର। ଅନ୍ୟତମ ଅତିଥି ଭାବେ ଯୋଗଦେଇ ପରିବେଶବିତ୍‌ ସୁବ୍ରତ କୁମାର ବିଶ୍ବାଳ କହିଲେ, ନିଜ ସ୍ବାର୍ଥ ପାଇଁ ମଣିଷ ପରିବେଶକୁ ନଷ୍ଟ କରୁଛି।

ଫଳରେ ବାୟୁମଣ୍ଡଳରେ ଅମ୍ଳଜାନ ହ୍ରାସ ପାଇବାରେ ଲାଗିଛି। ଏହି ପ୍ରକ୍ରିୟା ଜାରି ରହିଲେ ଆମେ ଖୁବ୍‌ଶୀଘ୍ର ଭୟଙ୍କର ବିପଦକୁ ସାମନା କରିବା। ମୁଖ୍ୟବକ୍ତା ପାଞ୍ଚପିଢ଼ ମହିଳା ଡିଗ୍ରି ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଣତି ବାରିକ ପରିବେଶ ସନ୍ତୁଳନ ରକ୍ଷା ଉପରେ ଗୁରୁତ୍ବ ଦେବା ସହ ‘ସମ୍ବାଦ’ର ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଅନ୍ୟତମ ବକ୍ତା ‘ସମ୍ବାଦ’ ରାଇରଙ୍ଗପୁର ଜିଲ୍ଲା ପ୍ରତିନିଧି ତୁଷାରକାନ୍ତ ମହାନ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବର୍ଣ୍ଣନା କରିଥିଲେ।  ‘ସମ୍ବାଦ’ର ଅନ୍ୟତମ କରଞ୍ଜିଆ ପ୍ରତିନିଧି କର୍ଣ୍ଣାର୍ଜୁନ ସାହା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ। ପରିବେଶବିତ୍‌ ମହେଶ୍ୱର ଶାହା, ଦାରା ବାରିକ, ମନ ଜେନା, ମନୋଜ ମହାନ୍ତ, ଲୁନା ମିଶ୍ର, ସୌରଭ ଦାସ, ବିଶ୍ବ ମହାନ୍ତ, ଜନାର୍ଦ୍ଦନ ବେହେରା ପ୍ରମୁଖଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe