କ୍ରିକେଟ୍‌ ଖେଳୁଥିବା ବେଳେ ବଜ୍ରପାତରେ ଟଳିପଡ଼ିଲେ ଯୁବକ

Advertisment

ମୃତ୍ୟୁ ଏମିତି ବି ଆସେ। ସାଙ୍ଗସାଥୀଙ୍କ ସହିତ କ୍ରିକେଟ୍‌ ଖେଳୁଥିବା ସମୟରେ ବଜ୍ରପାତରେ ଟଳିପଡ଼ିଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିକଟସ୍ଥ ଚଣାଲିମା ଖେଳପଡ଼ିଆରେ।

ମୃତ୍ୟୁ ଏମିତି ବି ଆସେ। ସାଙ୍ଗସାଥୀଙ୍କ ସହିତ କ୍ରିକେଟ୍‌ ଖେଳୁଥିବା ସମୟରେ ବଜ୍ରପାତରେ ଟଳିପଡ଼ିଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିକଟସ୍ଥ ଚଣାଲିମା ଖେଳପଡ଼ିଆରେ।

hhfbvvbvb

ଲାଞ୍ଜିଗଡ଼: ମୃତ୍ୟୁ ଏମିତି ବି ଆସେ। ସାଙ୍ଗସାଥୀଙ୍କ ସହିତ କ୍ରିକେଟ୍‌ ଖେଳୁଥିବା ସମୟରେ ବଜ୍ରପାତରେ ଟଳିପଡ଼ିଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିକଟସ୍ଥ ଚଣାଲିମା ଖେଳପଡ଼ିଆରେ। ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ମୂଳ ବାସିନ୍ଦା ଚନ୍ଦନ ରଣା (୩୦) ଲାଞ୍ଜିଗଡ଼ ସ୍ଥିତ ଏକ କମ୍ପାନିରେ କାମ କରୁଥିଲେ। 

ମଙ୍ଗଳବାର ସଂଧ୍ୟାରେ ଚଣାଲିମା ଖେଳପଡ଼ିଆରେ ସେ ସାଙ୍ଗମାନଙ୍କ ସହ କ୍ରିକେଟ୍‌ ଖେଳୁଥିଲେ। ଏହି ସମୟରେ ହଠାତ୍‌ ଝଡ଼ ତୋଫାନ ସହିତ ବର୍ଷା ମାଡ଼ିଆସିଲା। ବଜ୍ରପାତ ହେବାରୁ ଚନ୍ଦନ ଅଚେତ ଅବସ୍ଥାରେ ଟଳିପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଲାଞ୍ଜିଗଡ଼ ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲେ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ଖବର ପାଇ ମୃତ ଚନ୍ଦନଙ୍କ ପରିବାର ଲୋକେ ବାଲେଶ୍ୱରରୁ ଆସୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe