ବଗଲା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ : ତିନି ଜାଗାରେ ଯୁବ, ଛାତ୍ର କଂଗ୍ରେସର କଳାପତାକା ପ୍ରଦର୍ଶନ

Advertisment
ବଗଲା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ : ତିନି ଜାଗାରେ ଯୁବ, ଛାତ୍ର କଂଗ୍ରେସର କଳାପତାକା ପ୍ରଦର୍ଶନ

ପୁରୀ : ବଗଲା ବଞ୍ଚାଅ ଦାବିରେ ପୁରୀ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରସ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ବିରୋଧ କରି ଏକକାଳୀନ ଅଠରନଳା, ମାଉସୀ ମା’ ମନ୍ଦିର ଓ ବଗଲା ଧର୍ମଶାଳା ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରିଛନ୍ତି।

ଏହି ଘଟଣାରେ ପୁଲିସ ସ୍ବତନ୍ତ୍ର ସ୍କ୍ବାଡ୍‌ ୬ ଜଣରୁ ଅଧିକ କଂଗ୍ରେସ ନେତା ଓ କର୍ମୀଙ୍କୁ ଉଠାଇ ନେଇ ଅଟକ ରଖିଛି। ସୁଜିତ ମହାପାତ୍ର, ରାମଚନ୍ଦ୍ର ସାହୁ, ପ୍ରେମଜିତ ମହାନ୍ତି, ଆଲୋକ କୁମାର ସାହୁ, ବିଶ୍ବରଂଜନ ମହାପାତ୍ର, ବିଶ୍ବନାଥ ଦାଶ ପ୍ରମୁଖଙ୍କୁ ଅଟକ ରଖାଯାଇଛି। ଅଠରନଳା, ମାଉସୀ ମା’ ମନ୍ଦିର ଛକରୁ ଏମାନଙ୍କୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଉଠାଇ ନେଇଛି। ଆଜି ଅପରାହ୍ଣ ପ୍ରାୟ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଖବର ପାଇବା ପରେ ପ୍ରଥମେ ଦଳ ପକ୍ଷରୁ ବଗଲା ବଞ୍ଚାଅ ଦାବିରେ ଅଠରନଳା ଛକରେ ନାରାବାଜି ସହ କଳାପତାକା ପ୍ରଦର୍ଶନ କରାଯାଇଥିଲା। ପରେ ମାଉସୀ ମା’ ମନ୍ଦିର ନିକଟରେ ପୁନର୍ବାର ନାରାବାଜି କରିବା ସହ କଳାପତାକା ପ୍ରଦର୍ଶନ କରିଥିଲେ। ପୁଣି ଥରେ ମୁଖ୍ୟମନ୍ତ୍ରୀ ଫେରିବା ବାଟରେ କଂଗ୍ରେସ ନେତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ବାଟ ଓଗାଳିବା ସହ କଳାପତାକା ପ୍ରଦର୍ଶନ କରିଥିଲେ। ବଗଲା ଜମି ବିକ୍ରି ବନ୍ଦ ଦାବିରେ ନାରାବାଜି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe