ସ୍ତ୍ରୀ ସହ ବାପାଙ୍କ ପରକୀୟା ପ୍ରୀତି, ଯୁବକଙ୍କ ଆତ୍ମହତ୍ୟା

Advertisment
ତହସିଲଦାରଙ୍କ ସାମ୍ନାରେ ବିଷ ପିଇଲେ ମହିଳା, ଅଧିକାରୀ ଶୁଣିଲେନି ଗୁହାରି

Patrika

ଦେବଗଡ଼ : ସ୍ତ୍ରୀ ସହ ବାପାଙ୍କ ପରକୀୟା ପ୍ରୀତି ଯୋଗୁଁ ଆତ୍ମହତ୍ୟା କରିଛନ୍ତି ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସଇଡା ଗ୍ରାମରେ। ସ୍ତ୍ରୀକୁ ନେଇ ବାପା ଚାଲିଗଲା ପରେ ସଞ୍ଜୟ ମୁଣ୍ଡା (୨୫) ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ସଇଡା ଗ୍ରାମରେ ସଞ୍ଜୟ ମୁଣ୍ଡା ତାଙ୍କ ସ୍ତ୍ରୀ ଓ ୩ ବର୍ଷର ଶିଶୁକନ୍ୟା ସହ ଖୁସିରେ ରହୁଥିଲେ। ବର୍ଷକ ତଳେ ସଞ୍ଜୟଙ୍କ ମାଆ କାନ୍ଦରୀଙ୍କ ମୃତ୍ୟୁ ଘଟିଥିଲା। ମାଆଙ୍କର ମୃତ୍ୟୁ ପରେ ବାପା ବନମାଳୀ ପୁଅ ସଞ୍ଜୟ ସହ ଏକାଠି ରହୁଥିଲେ। ଇତିମଧ୍ୟରେ ବନମାଳୀ ଓ ସଞ୍ଜୟଙ୍କ ସ୍ତ୍ରୀ ପେଚ ମୁଣ୍ଡାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା। ବନମାଳୀ ପ୍ରାୟ ତିନି ମାସ ହେବ ବୋହୂ ପେଚ ଓ ୩ ବର୍ଷର ଛୋଟ ଶିଶୁ କନ୍ୟାକୁ ନେଇ ଘରୁ ଫେରାର ହୋଇ ଯାଇଥିଲେ। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଉଭୟଙ୍କର କୌଣସି ପତ୍ତା ନ ମିଳିବାରୁ ସଞ୍ଜୟ ଏ ନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସ୍ତ୍ରୀ ଓ ଛୋଟ ଝିଅ ପଳାଇ ଯିବା ପରେ ସଞ୍ଜୟ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡ଼ିଥିଲେ। ସୋମବାର ନିତ୍ୟକର୍ମ ପାଇଁ ଯାଇ ଆଉ ସଞ୍ଜୟ ଘରକୁ ଫେରି ନଥିଲେ। ତିନିଦିନ ପରେ ତାଙ୍କ ମୃତଦେହ ଗାଆଁ ନିକଟସ୍ଥ ଜଙ୍ଗଲର ବୈଦକଟା ପାଖରେ ଏକ ଗାତରେ ପଡ଼ିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମୃତଦେହ ନିକଟରୁ ଏକ ଖୋଲା ବିଷ ଶିଶି ମିଳିଥିବା ବେଳେ ସେ ଅପମାନ ସହି ନପାରି ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପରେ ମୃତକଙ୍କ ଭାଇମାନଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ଏଥିସହ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe