କଟକ : ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରୁ ପଳାଇ ଯାଇ ଆତ୍ମହତ୍ୟା କରିଥିବା ଜଣେ ଯୁବକଙ୍କ କରୁଣ କାହାଣୀ ସାମନାକୁ ଆସିଛି। ଦେଢବର୍ଷ ତଳେ ଚିକିତ୍ସା ଖର୍ଚ ପାଇଁ ପୁଅକୁ ୨ହଜାର ଟଙ୍କାରେ ବିକ୍ରି କରି ଦେବାକୁ ଉଦ୍ୟମ କରିଥିଲେ। ଅର୍ଥାଭାବ ଓ ରୋଗ ଯନ୍ତ୍ରଣାରେ ଅତିଷ୍ଠ ହୋଇ ହସ୍ପିଟାଲ ବେଡ୍ରୁ ଖସି ପଳାଇଥିବା ବେଳେ ୧୧ଦିନ ପରେ ଗତକାଲି କଟକ ସଦର ଥାନା ପୁଲିସ ସିଢୁଆ ନଦୀବାଲିରୁ ତାଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ବେଗା ଗ୍ରାମର ପ୍ରଦୀପ ନାଏକ(୩୩)। ପୁଲିସ ଆଜି ତାଙ୍କ ପତ୍ନୀ ଅମ୍ବିକାଙ୍କୁ ମୃତଦେହ ହସ୍ତାନ୍ତର କରିବା ପରେ ସେଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। କେବଳ ଦୁଇବର୍ଷର ପୁଅକୁ ଧରି ସଂପୃକ୍ତ ମହିଳାଙ୍କ ଛଡା ସେଠାରେ କେହିନଥିଲେ। ଭଲ ପାଇ ବାହା ହୋଇଥିବାରୁ ବନ୍ଧୁ, ପରିଜନ, ପରିବାରବର୍ଗ କେହି ଆସିଲେନି। ଶେଷରେ ସ୍ବେଚ୍ଛାସେବୀଙ୍କ ସହାୟତାରେ ଶବସତ୍କାର କରାଗଲା ସତ କିନ୍ତୁ ଏବେ ସଂପୂର୍ଣ ଅସହାୟ ଅବସ୍ଥାରେ ଏସ୍ସିବି ପରିସରରେ ଗଛମୂଳେ ପଡିଛନ୍ତି ଅମ୍ବିକା ଓ ତାଙ୍କ ୨ବର୍ଷର ପୁଅ।
ହସ୍ପିଟାଲରୁ ଖସି ଆସି ଯୁବକଙ୍କ ଆତ୍ମହତ୍ୟା
Advertisment
Follow Us