ଯୁବକଙ୍କ ଆତ୍ମହତ୍ୟା

Advertisment
ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

ନୂଆପଡ଼ା: ନୂଆପଡ଼ା ସଦର ଥାନା ସିଂ କଲୋନିଠାରେ ଆଜି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ନୂଆପଡ଼ା ଏନ୍‌ଏସି ସିଂ କଲୋନିର ରାଜକୁମାର ସିଂ (୪୫) ଆଜି ଅପରାହ୍ଣରେ ଘରେ କେହି ନଥିବା ବେଳେ କୌଣସି କାରଣରୁ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ପରେ ପରିବାର ଲୋକେ ଜାଣି ନୂଆପଡ଼ା ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପୁଲିସ ଘଟଣାର ତଦନ୍ତ କରୁଥିବା ନୂଆପଡ଼ା ଥାନା ଅଧିକାରୀ ନିର୍ମଳ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe