Advertisment

ଋଣବୋଝରୁ ଯୁବକଙ୍କ ଆତ୍ମହତ୍ୟା

Advertisment
ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

ମ.ରାମପୁର/କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା କର୍ଲାମୁଣ୍ଡା ଅନ୍ତର୍ଗତ ଗଜବାହାଲ ଗ୍ରାମର ଦିଲୀପ ସାହୁ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଦିଲୀପ ଋଣ ବୋଝ ଯୋଗୁଁ ଆତ୍ମହତ୍ୟା କରିଥିବା ପୁଲିସ୍ କହିଛି। ପୁଲିସ୍ ସୂଚନାମତେ, ଦିଲୀପ କିଛି ମାସ ହେଲା ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ବିଭିନ୍ନ ବ୍ୟକ୍ତି ତଥା ସଂଗମାନଙ୍କଠାରୁ ଋଣ ଆଣିଥିଲେ।

ତାହା ସୁଝି ନପାରିବାରୁ ମାନସିକ ଭାରସାମ୍ୟ ହରାଇ ଗତ ୩୦ ତାରିଖ ବିଳମ୍ବିତ ରାତିରେ ନିଜ ସ୍ତ୍ରୀଙ୍କ ଦୁଇଟି ଶାଢ଼ି ଧରି ନିକଟ ଭାଲୁପିଆ ଜଙ୍ଗଲ ଭିତରକୁ ଯାଇ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ। ଶନିବାର କିଛି ଲୋକ ଜଙ୍ଗଲରେ ଦିଲୀପଙ୍କ ଝୁଲନ୍ତା ମୃତଦେହ ଦେଖି ପୁଲିସ୍‌କୁ ସୂଚନା ଦେଇଥିଲେ। ମ.ରାମପୁର ଥାନା ଏସ୍‌ଆଇ ଜୟଦେବ ତାରିଣୀ, ସିରଜ୍ ପାଢ଼ୀ ପ୍ରମୁଖ ଘଟଣାସ୍ଥଳକୁ ଯାଇ ଶବ ଉଦ୍ଧାର କରିଥିଲେ। ଏନେଇ ପୁଲିସ୍ ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe