ବାନ୍ଧବୀଙ୍କୁ ଭିଡିଓ କଲ୍‌ କରି ଯୁବକଙ୍କ ଆତ୍ମହତ୍ୟା, କଥା କଟାକଟିରୁ ଫ୍ୟାନରେ ଝୁଲି ପଡ଼ିଲେ

Advertisment
ବାନ୍ଧବୀଙ୍କୁ ଭିଡିଓ କଲ୍‌ କରି ଯୁବକଙ୍କ ଆତ୍ମହତ୍ୟା, କଥା କଟାକଟିରୁ ଫ୍ୟାନରେ ଝୁଲି ପଡ଼ିଲେ

କଟକ-ମହାନଦୀବିହାର : ପ୍ରେମିକାଙ୍କୁ ଭିଡିଓ କଲ୍ କରି ଆତ୍ମହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକର ଚାଉଳିଆଗଂଜ ମଠ ସାହି ଅଞ୍ଚଳରେ। ଏଭଳି ଘଟଣା ବିଭିନ୍ନ ମହଲରେ ଉଦବେଗ ସୃଷ୍ଟି କରିଛି। ସୂଚନା ଅନୁଯାୟୀ ମଠସାହିରେ ଭଡା ରହୁଥିବା ତାପସ ମହାନ୍ତି (୨୨) ଆଜି ଦିନ ପ୍ରାୟ ୧୧ଟା ବେଳେ ତାଙ୍କର ବାନ୍ଧବୀଙ୍କ ସହିତ ଫୋନରେ କଥା ହେଉଥିଲେ। କିନ୍ତୁ ହଠାତ ସେମାନଙ୍କ ମଧ୍ୟରେ କଥା କଟାକଟି ହେଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକ ଜଣକ ଆତ୍ମହତ୍ୟା କରି ଦେବେ ବୋଲି ପ୍ରେମିକାଙ୍କୁ କହିଲେ। ଆଉ କିଛି ସମୟ ପରେ ପ୍ରେମିକାଙ୍କୁ ଭିଡିଓ କଲ କରି ଆତ୍ମହତ୍ୟା କରିବାର ଦୃଶ୍ୟ ଦେଖାଇଲେ। ଲୁଗାକୁ ବେକରେ ଗୁଡାଇ ସିଲିଂ ଫ୍ୟାନରୁ ଝୁଲି ପଡିଲେ। କିଛି ସେକେଣ୍ଡରେ ହିଁ ତାଙ୍କ ପ୍ରାଣବାୟୁ ଉଡିଗଲା।

publive-image oneindia.com ( Representational)

ତାଙ୍କ ବାପା ବାହାରକୁ କାମରେ ଯାଇଥିବା ବେଳେ ସେହି ସମୟରେ ମା ଓ ଭଉଣୀ ବି ଘରେ ନଥିଲେ। ଯୁବକ ଜଣକ ଘର ଭିତରୁ ବନ୍ଦ କରି ଏଭଳି କାଣ୍ଡ କରିଥିଲେ। ମା ଓ ଭଉଣୀ ଘରକୁ ଫେରିବା ପରେ କବାଟ ବନ୍ଦ ଥିବାରୁ ଡାକିଥିଲେ। କିନ୍ତୁ କିଛି ଉତ୍ତର ନ ମିଳିବାରୁ ଝରକା ‌ବାଟେ ପୁଅର ଝୁଲନ୍ତା ଶବକୁ ଦେଖିଥିଲେ। ଏ ଘଟଣା ଜଣା ପଡିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ମୋବାଇଲ୍ ଫୋନ ଜବତ କରିଛି। ପ୍ରାଥମିକ ଛାନଭିନରୁ ଘଟଣା ସଂପର୍କରେ ଏଭଳି ତଥ୍ୟ ସାମନାକୁ ଆସିଛି। ମୃତ ତାପସ ଜଗତସିଂହପୁରର ଏକ କଲେଜରେ ଯୁକ୍ତ ୩ ପଢୁଥିବା ବେଳେ ତାଙ୍କ ବାନ୍ଧବୀ ବି ସେହି କଲେଜରେ ବୋଲି କୁହାଯାଉଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe