ସଙ୍ଗରୋଧ କେନ୍ଦ୍ରରୁ ଫେରି ସୁରତ ଫେରନ୍ତାଙ୍କ ଆତ୍ମହତ୍ୟା

Advertisment
ନବରଙ୍ଗପୁର: କୀଟନାଶକ ଔଷଧ ପିଇ ଜଣେ ମୃତ

Photo: LatestLY

ବୁଗୁଡ଼ା : ସଙ୍ଗରୋଧ କେନ୍ଦ୍ରରୁ କ୍ବାରାଣ୍ଟିନ୍ ଅବଧି ସାରି ଘରକୁ ଫେରିବା ପରେ ଜୀବନ ହାରିଲେ ପ୍ରବାସୀ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଗୋଲିଆ ପଞ୍ଚାୟତ ଚିରିକିପଡ଼ା ଗ୍ରାମରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସଙ୍ଗରୋଧ କେନ୍ଦ୍ରରୁ ଫେରିଥିବା ଧୋବାସାହିର ବିଶ୍ବନାଥ ଜେନାଙ୍କ ସାନପୁଅ ରବୀନ୍ଦ୍ରନାଥ ଗାଁ ନିକଟ ତୋଟାରେ ଆମ୍ବଗଛରେ ରଶି ବାନ୍ଧି ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନାନୁସାରେ, ସୁରତରେ ଦାଦନ ଭାବେ କାମ କରୁଥିବା ରବୀନ୍ଦ୍ର ଫେରିବା ପରେ ଜଗନ୍ନାଥପ୍ରସାଦ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ସେଠାରେ କ୍ବାରାଣ୍ଟିନ୍ ଅବଧି ସାରି ୭ ଦିନ ତଳେ ନିଜ ଗାଁକୁ ଫେରିଥିଲେ। ଆଜି ସକାଳ ୧୦ଟାରେ ପୋଖରୀକୁ ଗାଧୋଇବାକୁ ଯାଉଛନ୍ତି ବୋଲି କହି ସେ ଘରୁ ବାହାରିଥିଲେ। କିନ୍ତୁ ବହୁ ସମୟ ଧରି ନଫେରିବାରୁ ପରିବାରବର୍ଗ ତାଙ୍କୁ ଖୋଜାଖୋଜି କରିଥିଲେ। ପରେ ତାଙ୍କୁ ଗାଁ ନିକଟ ତୋଟାରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ କେସ୍ ନମ୍ବର ୧୦ ଅନୁସା‌ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ରବୀନ୍ଦ୍ର ବିବାହିତ ଓ ତାଙ୍କ ପତ୍ନୀ ନିଜ ବାପଘରେ ରହୁଥିଲେ। ତାଙ୍କ ଆତ୍ମହତ୍ୟାର କାରଣ ଏଯାଏ ସ୍ପଷ୍ଟ ହୋଇ ପାରି ନ ଥିଲେ ମଧ୍ୟ ଆର୍ଥିକ ଦୁଃସ୍ଥିତି ଓ ଜୀବିକା ହରାଇବାର ହତାଶା ଯୋଗୁଁ ସେ ଏପରି କରିଥାଇ ପାରନ୍ତି ‌ବୋଲି ଅନୁମାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe