ଶୋଇବା ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରେମ ବ୍ୟାପାରରୁ ନିଜ ଜୀବନ ନେଇଥିବା ସନ୍ଦେହ

ମୟୂରଭଞ୍ଜ ଜିଲ୍ଲା ବେତନଟୀ ମୁଖ୍ୟ ବଜାର ଧର୍ମଶାଳା ସମ୍ମୁଖ ବାସଭବନରୁ ଜଣେ ଯୁବକଙ୍କ ମୃତଦେହ ତାଙ୍କ ଶୋଇବା ଘରୁ ଉଦ୍ଧାର ହୋଇଛି। ଖବର ପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି କରିଛି...

Youth's hanging body recovered from bedroom: Suspected of taking his own life over love affair

Youth's hanging body recovered from bedroom: Suspected of taking his own life over love affair Photograph: (sambad.in)

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ମୁଖ୍ୟ ବଜାର ଧର୍ମଶାଳା ସମ୍ମୁଖ ବାସଭବନରୁ ଜଣେ ଯୁବକଙ୍କ ମୃତଦେହ ତାଙ୍କ ଶୋଇବା ଘରୁ ଉଦ୍ଧାର ହୋଇଛି।  ଖବର ପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି କରିଛି।

ମୃତଦେହର ପଞ୍ଚନାମା କରିବା ସହିତ ପୁଲିସ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି। ମୃତକ ଜଣକ ହେଉଛନ୍ତି କମଳାକାନ୍ତ ପରିଡାଙ୍କ ୨୭ବର୍ଷୀୟ ପୁଅ ବିଶ୍ୱଜିତ ପରିଡା। ପରିବାରବର୍ଗଙ୍କ ସୂଚନା ମୁତାବକ ବିଶ୍ୱଜିତ ରବିବାର ସନ୍ଧ୍ୟାରେ ଘରକୁ ଫେରି ନିଜ ରୁମ୍‌ରେ କବାଟ ବନ୍ଦକରି ଶୋଇଥିଲେ।

ସୋମବାର ସକାଳେ ଉଠିବାରେ ବିଳମ୍ବ ହେବାରୁ ଅଫିସ ଯିବା ସମୟ ହୋଇଯାଉଥିବାରୁ ପରିବାର ଲୋକେ କବାଟ ବାଡେଇଥିଲେ। ମାତ୍ର ବିଶ୍ୱଜିତ କବାଟ ଖୋଲି ନଥିଲେ କୌଣସି ଉତ୍ତର ଦେଇ ନଥିଲେ। ବହୁବାର ଡାକିବା ପରେ ବିଶ୍ୱଜିତ କୌଣସି ପ୍ରତିକ୍ରିୟା ନଦେବାରୁ ବ୍ୟସ୍ତ ବିବ୍ରତ ହୋଇ ଘରଲୋକେ ପାଖ ପଡୋଶୀ ଓ ସାଙ୍ଗସାଥୀଙ୍କୁ ଡାକିଥିଲେ।

ଅଧିକ ପଢ଼ନ୍ତୁ: ଏଫ୍‌ଏମ୍ କଲେଜର ନିଲମ୍ବିତ ଅଧ୍ୟକ୍ଷ ଗିରଫ

କବାଟ ଭାଙ୍ଗିବା ପରେ ଫ୍ୟାନ୍‌ରେ ବିଶ୍ୱଜିତଙ୍କ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଖବରପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲେ। ସୋଫା କଭରରେ ଫାଶୀ ଦେଇ ନିଜ ଜୀବନ ନେଇଥିବା ପାରିପାର୍ଶ୍ଵିକ ସ୍ଥିତିରୁ ପୁଲିସ ଅନୁମାନ କରୁଛି। ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ବିଶ୍ୱଜିତ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ଅଧିକ ପଢ଼ନ୍ତୁ: ରାଧିକାଙ୍କ ମୃତ୍ୟୁପରେ ଲଭ୍ ଜିହାଦକୁ ନେଇ ପ୍ରିୟ ସାଙ୍ଗଙ୍କ ପ୍ରତିକ୍ରିୟା

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe