ଯୁବକଙ୍କ ଉନ୍ମତ୍ତ କାଣ୍ଡ: ଢାବାରେ ଭଙ୍ଗାରୁଜା, ମାଲିକ ଓ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ

ଟାଉନ ଥାନା ରାଣୀବଗିଚା ବାଇପାସ୍ ନିକଟରେ ବୈଶାଳୀ ଢ଼ାବାରେ ସ୍ଥାନୀୟ ଯୁବକ ଉନ୍ମତ୍ତ କାଣ୍ଡ। ମାତାଲ୍ ଅବସ୍ଥାରେ ଢ଼ାବାରେ ଭଙ୍ଗାରୁଜା କରିବା ସହ ଢ଼ାବା ମାଲିକ ଏବଂ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି....

Youth's rampage: Vandalism at Dhaba, owner and employee allegedly beaten up

Youth's rampage: Vandalism at Dhaba, owner and employee allegedly beaten up

ସୁନ୍ଦରଗଡ଼: ଟାଉନ ଥାନା ରାଣୀବଗିଚା ବାଇପାସ୍ ନିକଟରେ ବୈଶାଳୀ ଢ଼ାବାରେ ସ୍ଥାନୀୟ ଯୁବକ ଉନ୍ମତ୍ତ କାଣ୍ଡ। ମାତାଲ୍ ଅବସ୍ଥାରେ ଢ଼ାବାରେ ଭଙ୍ଗାରୁଜା କରିବା ସହ ଢ଼ାବା ମାଲିକ ଏବଂ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଯୁବକମାନେ ଆସି ପାଟି ତୁଣ୍ଡ କରିବା ସହ ଢ଼ାବାର ଜିନିଷ ପତ୍ର ଭଙ୍ଗା ରୁଜା କରିଥିଲେ। ଏହାକୁ ପ୍ରତିବାଦ କରିବାରୁ ମାଲିକ ଓ କର୍ମଚାରୀଙ୍କୁ ମାଡ ମାରିଥିଲେ।

ଏହା କେବଳ ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ସଂପୃକ୍ତ ଯୁବକମାନେ ଆସି ଭଙ୍ଗାରୁଜା କରିଥିଲେ। ଗତ ଚାରି ଦିନ ପୂର୍ବରୁ ମଧ୍ୟ ଏହି ଯୁବକମାନେ ଆସି ଭଙ୍ଗାରୁଜା କରିଥିବା କହିଛନ୍ତି ଢ଼ାବା ମାଲିକ । ଏହା ନିକଟ ଅନ୍ୟ ଏକ ଢ଼ାବା ମାଲିକଙ୍କ ପ୍ରରୋଚନାରେ ସ୍ଥାନୀୟ ଯୁବକମାନେ କରୁଥିବା ଅଭିଯୋଗ କରିଛନ୍ତି ବୋଲି ଢ଼ାବା ମାଲିକ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଏହି ସବୁ ଘଟଣାର ଦୃଶ୍ୟ ଡାବାରେ ଲାଗିଥିବା ସିସିଟିଭି ରେ କଏଦ ହୋଇଛି । ଯାହାକୁ ଜବତ କରି ପୁଲିସ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ କରୁଥିବା ଜଣାପଡିଛି ।

ଡମ୍ବରୁଧର  ନାଏକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe