‘ଜୀନତ୍‌’ ପଶ୍ଚିମବଙ୍ଗର ଆଳୁ ନୁହେଁ: ଜଙ୍ଗଲ ମନ୍ତ୍ରୀ

Advertisment

‘ଜୀନତ୍‌’ ପଶ୍ଚିମବଙ୍ଗର ଆଳୁ ନୁହେଁ ଯେ ସେଠାରେ ଅଟକାଇ ରଖିଦେବେ। ସିଏ ଆମ ଓଡ଼ିଶାର ସମ୍ପତ୍ତି। ବାଟବଣା ହୋଇ ଚାଲିଯାଇଥିଲା। ସେମାନଙ୍କ ପ୍ରବୃତ୍ତି ହେଉଛି ଗୋଟିଏରୁ ଅନ୍ୟ ଗୋଟିଏ ଜଙ୍ଗଲକୁ ବୁଲିବା।

‘ଜୀନତ୍‌’ ପଶ୍ଚିମବଙ୍ଗର ଆଳୁ ନୁହେଁ ଯେ ସେଠାରେ ଅଟକାଇ ରଖିଦେବେ। ସିଏ ଆମ ଓଡ଼ିଶାର ସମ୍ପତ୍ତି। ବାଟବଣା ହୋଇ ଚାଲିଯାଇଥିଲା। ସେମାନଙ୍କ ପ୍ରବୃତ୍ତି ହେଉଛି ଗୋଟିଏରୁ ଅନ୍ୟ ଗୋଟିଏ ଜଙ୍ଗଲକୁ ବୁଲିବା।

fssfsffs

ଭୁବନେଶ୍ବର: ‘ଜୀନତ୍‌’ ପଶ୍ଚିମବଙ୍ଗର ଆଳୁ ନୁହେଁ ଯେ ସେଠାରେ ଅଟକାଇ ରଖିଦେବେ। ସିଏ ଆମ ଓଡ଼ିଶାର ସମ୍ପତ୍ତି। ବାଟବଣା ହୋଇ ଚାଲିଯାଇଥିଲା। ସେମାନଙ୍କ ପ୍ରବୃତ୍ତି ହେଉଛି ଗୋଟିଏରୁ ଅନ୍ୟ ଗୋଟିଏ ଜଙ୍ଗଲକୁ ବୁଲିବା। ତେଣୁ ଶିମିଳିପାଳରୁ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗ ଯାଇଥିଲା। ତାହାକୁ ଅଟକାଇ ରଖିବାର ଅଧିକାର କାହାର ନାହିଁ। ଏହା କ’ଣ ଆଳୁ ହୋଇଛି ଯେ ପଶ୍ଚିମବଙ୍ଗ ସରକାର ଛାଡ଼ିବେ ନାହିଁ। ‘ଜୀନତ୍‌’କୁ ଟ୍ରାଙ୍କୁଲାଇଜ୍‌ ପରେ ଦୁଇଦିନ ପଶ୍ଚିମବଙ୍ଗରେ ଅଟକାଇ ରଖାଯିବା ଘଟଣାକୁ ନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗ‌ଣେଶରାମ ସିଂଖୁଣ୍ଟିଆ ଆଜି ପଶ୍ଚିମବଙ୍ଗ ସରକାରଙ୍କୁ ଏଭଳି ସମାଲୋଚନା କରିଛନ୍ତି। 

କେନ୍ଦ୍ରୀୟ ଓଡ଼ିଶାରେ ଦେଖାଗଲା କଳା କଲରାପତରିଆ

ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଆହୁରି କହିଛନ୍ତି ଯେ ‘ଜୀନତ୍‌’ ଏବେ ଶିମିଳିପାଳ ଦକ୍ଷିଣରେ ତିଆରି ହୋଇଥିବା ଏନ୍‌କ୍ଲୋଜରରେ ଭଲରେ ରହିଛି। ବନ କର୍ମଚାରୀଙ୍କ ଦ୍ବାରା ନିୟମିତ ତଦାରଖ କରାଯାଉଛି। ସ୍ଥିତି ଅନୁଧ୍ୟାନ ପରେ ସୁବିଧା ଦେଖି ଜଙ୍ଗଲରେ ଛଡ଼ାଯିବ। ‘ଯମୁନା’ ଏବେ କୁଲଢ଼ିଆ ଅଭୟାରଣ୍ୟରେ ରହିଛି। ଜଙ୍ଗଲ ଭିତରେ ରହୁଛି। ଗାଁ ଆଡ଼କୁ ଆସୁନାହିଁ। ବିଭାଗୀୟ ଅଧିକାରୀମାନେ କଡ଼ା ନଜର ରଖିଛନ୍ତି। ଏନ୍‌ଟିସିଏର ସମସ୍ତ ଗାଇଡ୍‌ଲାଇନ୍‌ ପାଳନ କରାଯାଇଛି ବୋଲି ସେ କହିଛନ୍ତି। ସେପଟେ କେନ୍ଦ୍ରୀୟ ଓଡ଼ିଶାରେ ଏକ କଳା କଲରାପତରିଆ(ମେଲାନିଷ୍ଟିକ୍‌ ଲିଓପାଡ୍‌) ଦୃଶ୍ୟମାନ ହୋଇଛି। ନିଜ ଛୁଆ ସହ କଳା କଲରାପତରିଆଟି ବୁଲୁଥିବା ଚିତ୍ର ସାମ୍ନାକୁ ଆସିବା ପରେ ପିସିସିଏଫ୍‌(ବନ୍ୟପ୍ରାଣୀ) ପ୍ରେମ୍‌ କୁମାର ଝା ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇଛନ୍ତି। କେଉଁ ଜଙ୍ଗଲରେ ଏହା ଦେଖାଦେଇଥିବା ସେସମ୍ପର୍କରେ କୌଣସି ସୂଚନା ଦେଇ ନ ଥିଲେ ମଧ୍ୟ ନୟାଗଡ଼, ବୌଦ୍ଧକୁ ଲାଗିଥିବା ଜଙ୍ଗଲରେ ଏହି ପ୍ରଜାତିର କଲରାପତରିଆ ରହିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe