ଶୂନ ମୃତାହତ ସପ୍ତାହ ଆରମ୍ଭ

Advertisment
ଶୂନ ମୃତାହତ ସପ୍ତାହ ଆରମ୍ଭ

ସମ୍ବଲପୁରରେ ଜୋର୍‌ଦାର୍‌ ଯାଞ୍ଚ ସମ୍ବଲପୁର: ଏପ୍ରିଲ ୧ରୁ ୭ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସଡ଼କ ଦୁର୍ଘଟଣା‌ରେ ଜଣେ ବି ଯେପରି ପ୍ରାଣ ନହରାଇବେ ସେନେଇ ରାଜ୍ୟ ସରକାର ‘ଶୂନ ମୃତାହତ ସପ୍ତାହ’ ପାଳନ ଶନିବାରଠୁ ଆରମ୍ଭ କରିଛନ୍ତି। ୨୦୨୨ ବର୍ଷରେ ରାଜ୍ୟରେ ୧୧,୬୬୩ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୫,୪୬୭ ଜଣ ପ୍ରାଣ ହରାଇଥିଲେ। ୨୦୨୧ ତୁଳନାରେ ତାହା ୭.୬% ଅଧିକ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବା, ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରଚାରପ୍ରସାର, ନିଶାଯୁକ୍ତ ହୋଇ ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଭାବେ ଆରମ୍ଭ ହୋଇଛି। ସମ୍ବଲପୁରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।

publive-image

ପରିବହନ ବିଭାଗ ପକ୍ଷରୁ ସମ୍ବଲପୁରରେ ଗାଡ଼ିମୋଟର ଯାଞ୍ଚ ପ୍ରଥମ ଦିନରୁ ଜୋର୍‌ଦାର କରାଯାଇଛି। ସମ୍ବଲପୁର ଆର୍‌ଟିଓ ରାମଦାସ ଟୁଡୁଙ୍କ ତତ୍ତ୍ବାବଧାନରେ ଏସ୍‌କେ ପାଢ଼ୀ ଓ ଡି ଦେହୁରୀଙ୍କ ନେତୃତ୍ବରେ ପରିବହନ ବିଭାଗ ଟିମ୍‌ ଶନିବାର ମୋଟ ଉପରେ ୮୩ ଜଣଙ୍କ ବିରୋଧରେ ୬,୦୫,୦୦୦ ଟଙ୍କାର ଜରିମାନା କାଟିଛି। ହେଲ୍‌ମେଟ୍‌ ପିନ୍ଧି ନଥିବା କାରଣରୁ ୩୪ ଜଣଙ୍କୁ ଜରିମାନା କରାଯାଇଥିବା ବେଳେ ବାଇକ୍‌ରେ ୩ ଜଣ ବସାଇଥିବାରୁ ୨ ଜଣଙ୍କୁ, ବିନା ସିଟ୍‌ବେଲ୍‌ଟ ଯାତ୍ରା ପାଇଁ ୫ ଜଣଙ୍କୁ, ଅଧିକ ବେଗ ପାଇଁ ୧୭ ଜଣଙ୍କୁ, ମଦ ପିଇ ଗାଡ଼ି ଚଲାଉଥିବା ୧୧ ଜଣଙ୍କୁ, ମୋବାଇଲ୍‌ ଫୋନ୍‌ ବ୍ୟବହାର ପାଇଁ ୩ ଜଣଙ୍କୁ ଏବଂ ମାଲ୍‌ବାହୀ ଗାଡ଼ିରେ ଯାତ୍ରୀ ବସାଇଥିବାରୁ ୩ ଜଣଙ୍କୁ ଜରିମାନା କରାଯାଇଛି। ଏହି ଯାଞ୍ଚ ଆଗକୁ ଆହୁରି ଜୋରଦାର କରାଯିବ ବୋଲି ଶ୍ରୀ ଟୁଡୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe