କନ୍ଧମାଳ ଜିଲ୍ଲାରେ ରୋଜଗାର ଶୂନ: ଯୁବପିଢ଼ି ଦାଦନ ମୁହାଁ

କନ୍ଧମାଳରେ ବିକାଶର ନଗ୍ନ ଚିତ୍ର ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି। ଜିଲ୍ଲାରେ ସରକାରଙ୍କ ମନରେଗା ଯୋଜନା ଫେଲ୍ ହୋଇଛି। ଦାଦନ ପାଇଁ ପୋଷ୍ଟର ଗାଁ ଗାଁରେ ଲାଗିଛି। ଦାଦନ ଶ୍ରମିକଙ୍କୁ ନେଇ ପ୍ରତ୍ୟକ ସପ୍ତାହରେ ବସ୍ କେରଳ ଯାଉଛି...

Zero Employment in Kandhamal District

Zero Employment in Kandhamal District Photograph: (sambad.in)

ଘୁ.ଉଦୟଗିରି: କନ୍ଧମାଳରେ ବିକାଶର ନଗ୍ନ ଚିତ୍ର ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି। ଜିଲ୍ଲାରେ ସରକାରଙ୍କ ମନରେଗା ଯୋଜନା ଫେଲ୍ ହୋଇଛି। ଦାଦନ ପାଇଁ ପୋଷ୍ଟର ଗାଁ ଗାଁରେ ଲାଗିଛି।

ଦାଦନ ଶ୍ରମିକଙ୍କୁ ନେଇ ପ୍ରତ୍ୟକ ସପ୍ତାହରେ ବସ୍ କେରଳ ଯାଉଛି।  ଯୁବବର୍ଗଙ୍କ ପାଇଁ ଜିଲ୍ଲାରେ ରୋଜଗାର ବ୍ୟବସ୍ଥା ଶୂନ ରହିଛି। ରାଇକିଆରୁ କେରଳକୁ ପ୍ରତି ଶୁକ୍ରବାର ବସ୍ ଯାଉଛି।

ରୋଜଗାର ନପାଇ ଯୁବକଯୁବତୀ ନିଜ ଭିଟାମାଟି ଛାଡୁଛନ୍ତି । ଅସୁରକ୍ଷିତ ଭାବେ ବସ୍‌ରେ ଯାଉଛନ୍ତି। ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ  କାମ କରୁଛନ୍ତି।  ସେଥିରେ ରୋଜଗାର  ଗ୍ୟାରେଣ୍ଟି ନାହିଁ କି ଜୀବନର ଗ୍ୟାରେଣ୍ଟି ମଧ୍ୟ ନାହିଁ।

ଦଲାଲଙ୍କ ହାତରେ ପଡି ନିର୍ଯାତନା ସହୁଛନ୍ତି। ଶେଷରେ ଶବ ହୋଇ ଫେରୁଛନ୍ତି। ସରକାରଙ୍କ ନିୟନ୍ତ୍ରଣରେ ନାହିଁ ଦାଦନ ସମସ୍ୟା।ସରକାର ହାତ ଟେକି ଦେଇଛନ୍ତି। ଜିଲ୍ଲାର ଯୁବବର୍ଗଙ୍କ ହାତରେ କାମ ନାହିଁ। ଜିଲ୍ଲାରେ କଳକାରଖାନା ନାହିଁ। ପଯ୍ଯଟନସ୍ଥଳୀର ବିକାଶ  ହେଉନାହିଁ। ଉତ୍ପାଦିତ ପ୍ରାକୃତିକ ଦ୍ରବ୍ଯ ନେଇ କୁଟୀର ଶିଳ୍ପ ନାହିଁ।

ଅଧିକ ପଢ଼ନ୍ତୁ: ବାରବାଟୀ ବିଭ୍ରାଟ: କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡ଼ି, ପୂର୍ବ ସରକାରଙ୍କୁ ଦାୟୀ କଲା ବିଜେପି

କାଗଜ କଲମରେ  ଯୋଜନା ସଫଳ ହେବାରେ ଲାଗିଛି। ମନରେଗାରେ କୋଟି କୋଟି ଟଙ୍କାର କାର୍ଯ୍ୟ ହେବା ନେଇ କାଗଜ କଲମରେ ଦର୍ଶାଯାଉଛି ବୋଲି ଅଭିଯୋଗ ହେଉଛି। 

ଅଧିକ ପଢ଼ନ୍ତୁ: ବାରବାଟୀରେ ପୂର୍ବ ସରକାର ଖାଲି ନଡ଼ିଆ ବାଡ଼େଇଥିଲେ: କ୍ରୀଡାମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe