କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ଜିରୋ ନାଇଟ୍ ପାଳନ ମନା

ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିଲା, ନୂଆବର୍ଷ ପାଇଁ ବି ବଣଭୋଜି ମନା

କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ଜିରୋ ନାଇଟ୍ ପାଳନ ମନା

News Room Odisha

ଭୁବନେଶ୍ୱର : କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାର ଜିରୋ ନାଇଟ୍‌ ପାଳନ, ନୂଆ ବର୍ଷକୁ ସ୍ବାଗତ ଆଦି କାର୍ଯ୍ୟକ୍ରମ ଉପରେ ରୋକ୍‌ ଲଗାଇଛନ୍ତି। ସାରା ରାଜ୍ୟରେ ଡିସେମ୍ବର ୩୧ ଓ ଜାନୁଆରି ୧ରେ କୌଣସି ହୋଟେଲ, ରେସ୍ତୋରାଁ, କ୍ଲବ୍‌, ପାର୍କ ଏବଂ ଅନ୍ୟ ସର୍ବସାଧାରଣ ସ୍ଥାନରେ ଏହିଭଳି କାର୍ଯ୍ୟକ୍ରମ ହୋଇପାରିବନି। ଆଜି ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଡିସେମ୍ବର ୧ରୁ ଆସନ୍ତା ଜାନୁଆରି ୧ ସକାଳ ୫ଟା ପର୍ଯ୍ୟନ୍ତ ନିୟମାବଳୀ ଜାରି କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମସ୍ତ କାର୍ଯ୍ୟକ୍ରମ ଉପରୁ କଟକଣା ଉଠିଥିଲେ ହେଁ ନୂଆବର୍ଷକୁ ନଜର ରଖି ଡିସେମ୍ବର ୩୧ ଓ ଜାନୁଆରି ୧ରେ ପାଳନ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍‌ ଲଗାଯାଇଛି। ଏହାସହ ଡିସେମ୍ବର ୩୧ ଓ ଜାନୁଆରି ୧ରେ ସର୍ବସାଧାରଣ ସ୍ଥାନରେ କୌଣସି ବଣଭୋଜି ବି ହୋଇପାରିବନି। ଏହି ନିର୍ଦ୍ଦେଶନାମାରେ କିନ୍ତୁ ବଡ଼ଦିନ, ଡିସେମ୍ବର ୩୧ ଓ ନୂଆବର୍ଷରେ ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ସମାବେଶ ଉପରେ କିଛି କଟକଣା ଲଗାଯାଇନି।

ସେହିପରି ସମସ୍ତ ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁକୁ ବଳବତ୍ତର ରଖାଯାଇଛି। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଯେଉଁ ସବୁ କଟକଣା ଜାରି ହୋଇଛି ତାହା ଜାରି ରହିବ। ଏବେ ବିବାହ ଋତୁ ଚାଲିଥିଲେ ହେଁ ଏଥିରେ କିଛି କୋହଳ ହୋଇନି। ବିବାହ କାର୍ଯ୍ୟକ୍ରମରେ ସର୍ବାଧିକ ୨୫୦ଜଣ ଯୋଗଦେଇପାରିବେ। ବରଯାତ୍ରୀ ଦଳ ୫୦ଜଣ ଭିତରେ ସୀମିତ ରହିବ ବୋଲି କୁହାଯାଇଛି। ଏସବୁବାଦ୍ ଆଗକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବାରୁ ଜିଲ୍ଲା ସ୍ତର‌େର କୋଭିଡ ହସ୍ପିଟାଲ, ଆଇସିୟୁ ଶଯ୍ୟା ଭର୍ତ୍ତି ଉପରେ ନଜର ରଖିବାକୁ କୁହାଯାଇଛି। ଯେଉଁମାନେ ନିୟମ ମାନିବେନି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe