ଡାକ୍ତରଙ୍କୁ ଆକ୍ରମଣ ପ୍ରତି ‘ଶୂନ୍ୟ ସହନଶୀଳ’ ନୀତି

Advertisment
ମେଡିକାଲ କଲେଜରେ ଯୋଗଦେଲେ ୧୦ ସହକାରୀ ପ୍ରଫେସର

OnlineKhabar English News

ଭୁବନେଶ୍ବର : ରାଜ୍ୟର ସରକାରୀ ହସ୍ପିଟାଲରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତି ହେଉଥିବା ଆକ୍ରମଣକୁ ନେଇ ରାଜ୍ୟ ସରକାର କଠୋର ହୋଇଛନ୍ତି। ସ୍ବାସ୍ଥ୍ୟାନୁଷ୍ଠାନରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ଲାଗି ‘ଶୂନ ସହନଶୀଳ’ ନୀତି ଅବଲମ୍ବନ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ହସ୍ପିଟାଲର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସିସିଟିଭି ଲଗାଇବାକୁ କୁହାଯାଇଛି। ଏହି ମର୍ମରେ ସବୁ ସିଡିଏମ୍‌ଓ, ଜିଲ୍ଲାପାଳ, ଏସ୍‌ପି ଓ କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ୍‌ର ନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।

ହସ୍ପିଟାଲର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସିସିଟିଭି ଲଗାଇବାକୁ ନିର୍ଦେଶ
ସ୍ଥାୟୀ, ଠିକା କର୍ମଚାରୀଙ୍କୁ ଦିଆଯିବ ଆଇଡ଼ି କାର୍ଡ଼
ରୋଗୀ ଆଟେଣ୍ଡାଣ୍ଟଙ୍କୁ ମିଳିବ ୨ଟି ଏଣ୍ଟ୍ରି ପାସ୍

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଚିଠିରେ କୁହାଯାଇଛି ଯେ ଇନ୍‌ଡୋର ରୋଗୀଙ୍କୁ ଭେଟିବାକୁ ଆସୁଥିବା ନିଜ ସଂପର୍କୀୟଙ୍କୁ ୨ଟି ଏଣ୍ଟ୍ରି ପାସ୍ ପ୍ରଦାନ କରାଯିବ। ଯାହାଫଳରେ ହସ୍ପିଟାଲର ପରିଦର୍ଶନ ସମୟରେ ଯେଉଁମାନେ ରୋଗୀଙ୍କୁ ସାକ୍ଷାତ ପାଇଁ ଆସିବେ ସେମାନଙ୍କର ଯାଞ୍ଚ କରାଯିବ। ବେଆଇନଭାବେ ହସ୍ପିଟାଲରେ ଥିବା ଗାଡ଼ି ଓ ଦୋକାନୀଙ୍କୁ ହଟାଇବା ଲାଗି ସୁରକ୍ଷା କର୍ମୀ ନିୟମିତଭାବେ ପାଟ୍ରୋଲିଂ କରିବାକୁ କୁହାଯାଇଛି। ହସ୍ପିଟାଲରେ କାର୍ଯ୍ୟରତ ସମସ୍ତ ସ୍ଥାୟୀ ଓ ଠିକା କର୍ମଚାରୀଙ୍କୁ ଆଇଡି କାର୍ଡ ପ୍ରଦାନ କରିବା ସହିତ ଯାନବାହନ ଓ ଲୋକଙ୍କ ଗହଳିକୁ ନିୟନ୍ତ୍ରଣ କରାଯାଉ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଗହଳି ହେଉଥିବା ଦୁଇଟି ସ୍ଥାନରେ ସୁରକ୍ଷା ହବ୍ ସହିତ ଏହାର ଟେଲିଫୋନ୍ ନମ୍ବର ଜାରି କରାଯାଉ। ଲୋକଙ୍କ ଅଭିଯୋଗର ଶୁଣାଣି ପାଇଁ ଅଧୀକ୍ଷକ/ମୁଖ୍ୟ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରନ୍ତୁ। ଯାହାଫଳରେ ଲୋକମାନେ ଆଇନକୁ ନିଜ ହାତକୁ ନେବେନାହିଁ। ଏହାସହ ସ୍ଥାନୀୟ ପୁଲିସ ମଧ୍ୟ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ଚିଠିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe