ଜିଲ୍ଲା ପରିଷଦ ସଭାପତିଙ୍କ ଚୂଡ଼ାନ୍ତ ସଂରକ୍ଷଣ ତାଲିକା

Advertisment

ଏସ୍‌ସି,ଏସ୍‌ଟିଙ୍କୁ ୪୦% ସିଟ୍‌; ମହିଳାଙ୍କୁ ଅଧା

ଏସ୍‌ସି,ଏସ୍‌ଟିଙ୍କୁ ୪୦% ସିଟ୍‌; ମହିଳାଙ୍କୁ ଅଧା

ଜିଲ୍ଲା ପରିଷଦ ସଭାପତିଙ୍କ ଚୂଡ଼ାନ୍ତ ସଂରକ୍ଷଣ ତାଲିକା

ଭୁବନେଶ୍ବର : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସଭାପତିଙ୍କ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଏଥିରେ ମୋଟ୍ ୩୦ଟି ଆସନରୁ ୧୫ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ପଛୁଆବର୍ଗଙ୍କୁ ବିଧିବଦ୍ଧ ସଂରକ୍ଷଣ ନମିଳିବା କାରଣରୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୪୦% ସିଟ୍ ସଂରକ୍ଷଣ ରଖାଯାଇଛି।

publive-image

ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ମୋଟ୍ ୭ଟି ସିଟ୍ ଅର୍ଥାତ୍ ୨୩.୩୩% ଏବଂ ଅନୁସୂଚିତ ଜାତିଙ୍କ ପାଇଁ ୫ଟି ସିଟ୍ ଅର୍ଥାତ୍ (୧୬.୬୬%) ସଂରକ୍ଷିତ ରଖାଯାଇଛି। ମୋଟ୍ ୩୦ଟି ସିଟ୍‌ରୁ ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ ରହିବା ପରେ ୧୦ଟି ସିଟ୍ ଅଣସଂରକ୍ଷିତ ରହିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ସହ ରାଜ୍ୟ ନିର୍ବାଚନ କମିସନଙ୍କୁ ଚୂଡ଼ା‌ନ୍ତ ତାଲିକା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe