ନନ୍ଦନକାନନରେ ଜନ୍ମ ନେଲେ ୨ଟି କାଳାବାଘ ଶାବକ, ବାଘ ସଂଖ୍ୟା ୨୮କୁ ବୃଦ୍ଧି

Advertisment
ନନ୍ଦନକାନନରେ ଜନ୍ମ ନେଲେ ୨ଟି କାଳାବାଘ ଶାବକ, ବାଘ ସଂଖ୍ୟା ୨୮କୁ ବୃଦ୍ଧି

ଭୁବନେଶ୍ୱର: ନନ୍ଦନକାନନରେ ଆଜି ୨ଟି ବିରଳ ବାଘଛୁଆଙ୍କ ଜନ୍ମ ଦେଇଛି ବାଘୁଣୀ ରେଣୁକା। ଏହି ୨ଟି ବାଘଛୁଆଙ୍କ ସହିତ ନନ୍ଦନକାନନରେ କଳାବାଘ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ସିସିଟିଭି ସର୍ଭେଲାନ୍ସରେ ଉଭୟ ବାଘୁଣୀ ରେଣୁକା ଓ ତାର ଦୁଇ ଶାବକଙ୍କ ଉପରେ ନଜର ରଖାଯାଇ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ନନ୍ଦକାନନରେ ବାଘ ବଂଶ ବୃଦ୍ଧି ପାଇଁ ବାଘୁଣୀ ରେଣୁକା ଓ ସମ୍ରାଟଙ୍କ ମଧ୍ୟରେ ଏନ୍‌କ୍ଲୋଜର ଭିତରେ ନନ୍ଦନକାନନ କର୍ତ୍ତୃପକ୍ଷ ମିଳନ କରାଇଥିଲେ। ତେବେ ଆଜି ଭୋର ୩ଟା ୪୦ ମିନିଟ୍‌ରେ ରେଣୁକା ତାର ପ୍ରଥମ ଶାବକଟିକୁ ଜନ୍ମ ଦେଇଥିବା ବେଳେ ଆଜି ମଧ୍ୟାହ୍ନରେ ଦ୍ୱିତୀୟ ଶାବକକୁ ଜନ୍ମ ଦେଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଶାବକଦ୍ୱୟଙ୍କ ଲିଙ୍ଗ ନିର୍ଣ୍ଣୟ କରାଯାଇ ପାରି ନାର୍ହି।
ଏହି ଦୁଇ ଶାବକଙ୍କ ଜନ୍ମ ସହିତ ନନ୍ଦନକାନନର ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୫ଟି ସ୍ୱାଭାବିକ ବାଘ ଥିବା ବେଳେ ୯ଟି ଧଳାବାଘ ଓ ୪ଟି କଳାବାଘ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe