ଅଟୋକୁ ଧକ୍କା ଦେଲା ଡମ୍ପର : ବିଜେଡି ନେତ୍ରୀ ମୃତ

Advertisment
ଅଟୋକୁ ଧକ୍କା ଦେଲା ଡମ୍ପର : ବିଜେଡି ନେତ୍ରୀ ମୃତ

ରାଉରକେଲା : ରାଉରକେଲାର ଏକ ସଡ଼କ ଦୁର୍ଘଟଣାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲା ବିଜେଡି ସଭାନେତ୍ରୀ ତଥା କାଳିମାଟି ସରପଞ୍ଚ ମିତାଞ୍ଜଳି ସ୍ୱାଇଁ (୪୧)ଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଛି। ଗତକାଲି ରାତିରେ ସେ ରେଳ ଷ୍ଟେସନ୍‌ରୁ ଅଟୋରେ ସାରନଗରୀ ସ୍ଥିତ ବାପ ଘରକୁ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଏକ ଅଜଣା ଡମ୍ପର ଅଟୋକୁ ଧକ୍କା ଦେଇଥିଲା। ତାଙ୍କ ସହ ଅଟୋରେ ଥିବା ବାପା ମା’ ଓ ଅଟୋ ଚାଳକ ଆହତ ହୋଇଥିବା ବେଳେ ୫ ବର୍ଷର ଭାଣିଜୀ (ଭାଇର ଝିଅ) କିନ୍ତୁ ଅକ୍ଷତ ଉଦ୍ଧାର ହୋଇଥିବା ଜଣାପଡ଼ିଛି।

ଦୁଇ ଦିନ ତଳେ ମିତାଞ୍ଜଳିଙ୍କ ଘର କାଳିମାଟିକୁ ବାପା ମଦନ ମୋହନ ଗୋଛି, ମା’ ବିଦୁଲତା ଓ ଭାଣଜୀ ପିହୋ (୫) ଯାଇଥିଲେ। ଗତକାଲି ସେମାନଙ୍କ ସହ ମିତାଞ୍ଜଳି ଢେଙ୍କାନାଳରୁ ଇଣ୍ଟରସିଟିରେ ରାତି ୧୦ଟା ୪୦ରେ ରାଉରକେଲା ପହଞ୍ଚିଥିଲେ। ରେଳ ଷ୍ଟେସନ୍‌ରୁ ଏକ ଅଟୋରେ ସମସ୍ତେ ସାରନଗରୀ ନାରାୟଣ ମାର୍କେଟ ସ୍ଥିତ ଘରକୁ ବାହାରିଥିଲେ। ହେଲେ ଦେଓଗାଁ ସ୍ଲାଗ ଗେଟ୍‌ ନିକଟରେ ଲାଠିକଟା ପଟୁ ପାନପୋଷ ଆସୁଥିବା ଏକ ଲୁହା ବୋଝେଇ ଡମ୍ପର ଅଟୋକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe