ଅଦିନିଆ ବର୍ଷା ଯୋଗୁଁ ବାଂଶପାଳ ବ୍ଲକ ଅଞ୍ଚଳର ଏକର ଏକର ଧାନ ଗଜା

Advertisment
ଅଦିନିଆ ବର୍ଷା ଯୋଗୁଁ ବାଂଶପାଳ ବ୍ଲକ ଅଞ୍ଚଳର ଏକର ଏକର ଧାନ ଗଜା

ବାଂଶପାଳ : ଅଦିନିଆ ବର୍ଷା ଯୋଗୁଁ ବାଂଶପାଳ ବ୍ଲକ ଅଞ୍ଚଳର ଏକର ଏକର ଧାନ ଗଜା ହୋଇଯାଇଛି। କେଉଁଠି ଚାଷୀ ଅମଳ ପାଇଁ ଧାନ କାଟି ବିଲରେ ପକାଇଥିବା ବେଳେ କେଉଁଠି ଧାନ ବିଡ଼ା ବନ୍ଧା ହୋଇ ରହିଥିଲା। ଲଘୁଚାପ ବର୍ଷା ଯୋଗୁଁ ତାହାକୁ ଖଳାକୁ ଆଣିବା ସମ୍ଭବ ହୋଇପାରି ନଥିଲା। ଫଳରେ ବିଲରେ ସେହିସବୁ ଧାନ ପଡ଼ି ରହିବା କାରଣରୁ ଓଦା ହୋଇ ଗଜା ହୋଇଗଲା। ଏଭଳି ସ୍ଥିତିରେ ଚାଷୀ ଚଳିତବର୍ଷ ନିଅଣ୍ଟିଆ ବର୍ଷା ସତ୍ତ୍ବେ ବହୁ କଷ୍ଟ କରି ଯେଉଁ ଧାନ ଚାଷ କରିଥିଲା, ତାହା ଆଜି ସେମାନଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଫଳରେ ଚାଷୀ ମୁଣ୍ଡରେ ହାତଦେଇ ବସିଛି।

publive-image

ବାଂଶପାଳ ବ୍ଲକରେ ଗତ କିଛି ଦିନ ଧରି ଲଗାଣ ବର୍ଷାରେ ଏକର ଏକର ଧାନ ଫସଲ ନଷ୍ଟ ହୋଇଛି। ଚାଷୀ କୁଳ ବ୍ୟାଙ୍କ, ସୋସାଇଟିରୁ ଋଣ ଏପରିକି ଧାର କରଜ କରି ଚାଷ କରିଥିଲେ। ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ସତ୍ତ୍ବେ ଲଘୁଚାପ ବର୍ଷାରେ ଅମଳ ଭଲ ହୋଇଥିଲା। ଅମଳ ଭଲ ହୋଇଥିବାରୁ ଚାଷୀ ବେଶ ଖୁସି ଅନୁଭବ କରିଥିଲେ। ହେଲେ ଅମଳ ସମୟରେ ଦୁର୍ଭାଗ୍ୟକୁ ଅଦିନିଆ ବର୍ଷା ୨/୩ ଦିନ ଲାଗିରହିବା ଯୋଗୁଁ ତରତର ହୋଇ ବିଲରୁ ଧାନ କାଟି ଖଳାରେ ସାଇତି ରଖିଥିଲେ। ବର୍ଷା ଯୋଗୁଁ ଖଳାରେ ରଖିଥିବା ଧାନ ସବୁ ଗଜା ହୋଇଯାଇଛି। ଏକର ଏକର କ୍ଷେତର ଧାନ ନଷ୍ଟ ହୋଇଯାଇଛି। ଫଳରେ ଚାଷୀ ହଜାର ହଜାର ଟଙ୍କାର କ୍ଷତିଗ୍ରସ୍ତ ହୋଇଛନ୍ତି। ବ୍ଲକର ଜମ୍ଭିରିପଶି, ଗଜପୁର, କୁଶକଳା, ନୟାକୋଟ, ବିରିକଳା, ଭଗତପୁର, କଲଣ୍ଡା ଆଦି ଗ୍ରାମର ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବହୁ ଚାଷୀ ଋଣ ଟଙ୍କା କିପରି ଭରଣା କରିବେ ଚିନ୍ତାରେ ଅଛନ୍ତି। ଜମ୍ଭିରିପଶି ଗ୍ରାମର ଦ୍ଵାରିକା ପ୍ରଧାନଙ୍କ ୨୦ ହଜାର ଟଙ୍କାର ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଖଳାରେ ଧାନ ସବୁ ପଡ଼ିଛି ଧାନ ବିଡ଼ାରେ ଗଜା ହୋଇ ଗଛ ହେଲାଣି। ସେହିପରି ଗ୍ରାମର ଅନେକ ଚାଷୀଙ୍କ ଖଳାରେ ଧାନ ସବୁ ଗଜା ହୋଇ ପଡିଛି। କ୍ଷତି ଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦ୍ଵାରିକା ପ୍ରଧାନଙ୍କ ସମେତ ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe