ଏଆଇସିଟିଇର ବଡ଼ ନିଷ୍ପତ୍ତି : ୧୩୦୧ କଲେଜରେ ତାଲା

ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନର ୩୮ଟି ପାଠ୍ୟକ୍ରମ ବନ୍ଦ, ଏଆଇସିଟିଇରୁ ବାଦ୍‌ ପଡ଼ିଲା ଆର୍କିଟେକ୍‌ ଓ ଫାର୍ମାସି

ଏଆଇସିଟିଇ ଅନୁବନ୍ଧନ ଆବେଦନ ତାରିଖ ବଢ଼ିଲା

DigitalLEARNING Magazine

ଭୁବନେଶ୍ୱର : ଇଞ୍ଜିନିୟରିଂ ସମେତ ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମ ପ୍ରତି ପିଲାଙ୍କ ଆଗ୍ରହ ନ ଥିବାରୁ ଅଲ୍‌ ଇଣ୍ଡିଆ କାଉନସିଲ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ(ଏଆଇସିଟିଇ) ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ସାରା ଦେଶରେ ୧୩୦୧ଟି ବୈଷୟିକ କଲେଜକୁ ବନ୍ଦ କରାଯାଇଛି। ଇଞ୍ଜିନିୟରିଂ ସମେତ ଏମ୍‌ବିଏ, ଏମ୍‌ସିଏ ଆଦି ପାଠ୍ୟକ୍ରମରେ ଶିକ୍ଷା ଦିଆଯାଉଥିବା ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ଏଥର ନାମଲେଖା ହେବ ନାହିଁ। ଏଥିସହ ୨୨୨୯ଟି ପାଠ୍ୟକ୍ରମ ବନ୍ଦ ହୋଇଛି। ଯେଉଁଥିରେ ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟର ୩୮ଟି ପାଠ୍ୟକ୍ରମ ରହିଛି। ଖୋର୍ଧା ଜିଲ୍ଲାର ବିଭିନ୍ନ କଲେଜରେ ୩୨ଟି ପାଠ୍ୟକ୍ରମ ବନ୍ଦ ହୋଇଥିବା ବେଳେ ରାୟଗଡ଼ାରେ ଥିବା ଏକ ଶିକ୍ଷାନୁଷ୍ଠାନର ୫ଟି ଓ ଢ଼େଙ୍କାନାଳରେ ଥିବା ଏକ କଲେଜର ଗୋଟିଏ ପାଠ୍ୟକ୍ରମକୁ ବନ୍ଦ କରି ଦିଆଯାଇଛି। ସେହିପରି ବିଭିନ୍ନ ପାଠ୍ୟକ୍ରମରେ ୧ ଲକ୍ଷ ୨୧ ହଜାର ୧୯୧ ସିଟ୍‌ ହ୍ରାସ କରାଯାଇଛି।

ଏଆଇସିଟିଇ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୯-୨୦ ଶିକ୍ଷାବର୍ଷରେ ୧୦ ହଜାର ୯୯୨ ବୈଷୟିକ ଶିକ୍ଷାନୁଷ୍ଠାନର ୩୨ ଲକ୍ଷ ୯ ହଜାର ୭୦୩ ସିଟ୍‌ରେ ନାମଲେଖା ଲାଗି ଅନୁମତି ମିଳିଥିଲା। ୨୦୨୦-୨୧ ଶିକ୍ଷାବର୍ଷରେ ୯ ହଜାର ୬୯୧ ଶିକ୍ଷାନୁଷ୍ଠାନର ୩୦ ଲକ୍ଷ ୮୮ ହଜାର ୫୧୨ ସିଟ୍‌ରେ ନାମଲେଖା ପାଇଁ ଅନୁମତି ଦିଆଯାଇଛି। ୧୭୯ ଶିକ୍ଷାନୁଷ୍ଠାନ ନିଜ ଆଡ଼ୁ ବନ୍ଦ କରିବାକୁ ଆବେଦନ କରିଥିଲେ। ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ୩୪ ହଜାର ୫୫୩ ସିଟ୍‌ ଥିଲା। ପିଲା ହେଉ ନଥିବାରୁ ୭୬୨ଟି ଶିକ୍ଷାନୁଷ୍ଠାନର ୬୯ ହଜାର ୯୬୫ ସିଟ୍‌ ହ୍ରାସ କରାଯାଇଛି। ବର୍ତମାନ ପରିସ୍ଥିତିରେ ବୈଷୟିକ ଶିକ୍ଷା ପ୍ରତି ପିଲାଙ୍କ ଆଗ୍ରହ ନାହିଁ। ତାହାକୁ ନଜରରେ ରଖି ୧୩୪ଟି ଶିକ୍ଷାନୁଷ୍ଠାନ ଅନୁମୋଦନ ଲାଗି ପୁନଃ ଆବେଦନ କରିନାହାନ୍ତି। ଯେଉଁଥିପାଇଁ ଏହି ଶିକ୍ଷାନୁଷ୍ଠାନରେ ଥିବା ୪୦ ହଜାର ୫୭୮ ସିଟ୍‌କୁ କମାଇ ଦିଆଯାଇଛି। ଏହାବ୍ୟତୀତ ଲଗାତାର ଭାବେ ୫ ବର୍ଷ ଧରି ଅନୁମୋଦିତ ସିଟ୍‌ର ୩୦ ପ୍ରତିଶତରୁ କମ୍‌ ଛାତ୍ରଛାତ୍ରୀ ନାମ ଲେଖାଇବା ହେତୁ ଏଆଇସିଟିଇ ପକ୍ଷରୁ ୪୪ ଶିକ୍ଷାନୁଷ୍ଠାନରେ ୮୮୩୧ ସିଟ୍‌ ହ୍ରାସ କରାଯାଇଛି।

ପିଲା ହେଉ ନଥିବାରୁ ଗୋଟିଏ ପଟେ କଲେଜ ବନ୍ଦ ହେଉଥିବା ବେଳେ ଅନ୍ୟପଟେ ୨୦୨୦-୨୧ ଶିକ୍ଷାବର୍ଷ ଲାଗି ୧୬୪ଟି ଶିକ୍ଷାନୁଷ୍ଠାନରେ ୩୯ ହଜାର ୬୫୬ ସିଟ୍‌ ଖୋଲିବାକୁ ଅନୁମତି ମିଳିଛି। ଦେଶର ୧୩୧୧ଟି ଶିକ୍ଷାନୁଷ୍ଠାନ ନୂଆ ପାଠ୍ୟକ୍ରମ ଖୋଲିବା ଲାଗି ଆବେଦନ କରିଥିଲେ। ଏଆଇସିଟିଇ ପକ୍ଷରୁ ଉକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ୧ ଲକ୍ଷ ୨ ହଜାର ୩୯୭ଟି ସିଟ୍‌କୁ ଅନୁମତି ଦିଆଯାଇଛି।

ଏଆଇସିଟିଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସୁପ୍ରିମ୍‌କୋର୍ଟଙ୍କ ରାୟ ଅନୁଯାୟୀ ଆର୍କିଟେକଚର ଓ ଫାର୍ମାସି ପାଠ୍ୟକ୍ରମ ଲାଗି ଏଆଇସିଟିଇର ଅନୁମତି ଦରକାର ନାହିଁ। ଆର୍କିଟେକ୍‌ ପାଠ୍ୟକ୍ରମ ଖୋଲିବାକୁ ଚାହୁଁଥିବା କଲେଜଗୁଡ଼ିକ ‘କାଉନସିଲ୍‌ ଅଫ୍‌ ଆର୍କିଟେକଚର’ ଓ ଫାର୍ମାସି କଲେଜ ଲାଗି ‘ଫାର୍ମାସି କାଉନସିଲ୍‌ ଅଫ୍‌ ଇଣ୍ଡିଆ’ର ଅନୁମୋଦନ ନିହାତି ଆବଶ୍ୟକ। ସମ୍ପୃକ୍ତ ପାଠ୍ୟକ୍ରମ ଲାଗି ଏଣିକି ଉକ୍ତ ଦୁଇଟି କାଉନସିଲ୍‌ର ଅନୁମତି ଦରକାର। କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ଏଥର ଆବେଦନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ତଥାପି ମେ’ ମାସରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁନ୍‌ ଶେଷ ସୁଦ୍ଧା ଶେଷ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe