ଏମ୍‌କେସିଜି ସୁପର୍‌ସ୍ପେସାଲିଟି ବ୍ଲକ୍‌ରେ ଅଗ୍ନିକାଣ୍ଡ

ଧୂଆଁରେ ଶ୍ବାସରୁଦ୍ଧ, ଅଳ୍ପକେ ବର୍ତ୍ତିଲେ ରୋଗୀ, ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଏମ୍‌କେସିଜିରେ ସିଟି ସ୍କାନ୍‌ ମେସିନ୍‌ ଅଚଳ, ରୋଗୀ ହନ୍ତସନ୍ତ

ବ୍ରହ୍ମପୁର : ବ୍ରହ୍ମପୁର ଏମ୍‌କେସିଜିର ସୁପର୍‌ସ୍ପେସାଲିଟି ବ୍ଲକ୍‌ରେ ଶୁକ୍ରବାର ଦିନ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ସୁପର୍‌ସ୍ପେସାଲଟି ବ୍ଲକ୍‌ର ପଞ୍ଚମ ମହଲାରେ ସର୍ଟ ସର୍କିଟ୍‌ ଘଟି ବିଦ୍ୟୁତ୍‌ ତାର ପୋଡ଼ିଯିବା ସହ ଓଟି(ଅପରେସନ୍‌ ଥିଏଟର୍‌)ରେ କିଛି ଆସବାବପତ୍ର ଓ ସିଲିଂ ପୋଡ଼ିଯାଇଛି। ନିଆଁର ପ୍ରକୋପ ବଢ଼ିବା ପୂର୍ବରୁ ପ୍ରବଳ ଧୂଆଁରେ ରୋଗୀ ଓ କର୍ମଚାରୀମାନେ ଶ୍ବାସରୁଦ୍ଧ ହୋଇପଡ଼ିଥିଲେ। ବଡ଼ଡାକ୍ତରଖାନା ପରିସରରେ ଥିବା ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାପରେ ଏକ ବଡ଼ଧରଣର ଅଘଟଣ ଟଳିଯାଇଛି। ସମସ୍ତ ରୋଗୀଙ୍କୁ ସେଠାରୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ସୁପର୍‌ସ୍ପେସାଲଟି ବ୍ଲକ୍‌ରେ ଅନ୍ୟଦିନ ଭଳି ଆଜି ମଧ୍ୟ ରୋଗୀ ରହିଥିଲେ। ପଞ୍ଚମ ମହଲାରେ ଅପରେସନ୍‌ ଥିଏଟର୍‌ କମ୍ପ୍ଲେକ୍ସ ରହିଛି। ସେଠାରେ ୬ଟି ଓଟି ରହିଛି। ୟୁରୋଲୋଜି, ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ଓଟି ସହିତ କ୍ୟାଥୋଲ୍ୟାବ୍‌ ରହିଛି। ପ୍ଲାଷ୍ଟିକ୍‌ ସର୍ଜରି ଓଟିରେ ଦୁଇଜଣ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି ଚାଲିଥିଲା। ସେଠାରେ ଦୁଇଜଣ ରୋଗୀଙ୍କ ସହିତ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ଥିଲେ। ସେହିପରି ବାହାରେ ରୋଗୀଙ୍କ ସମ୍ପର୍କୀୟ ଥିଲେ। ୟୁରୋଲୋଜି ଓଟିରେ ମଧ୍ୟ କିଛି କର୍ମଚାରୀ ଥିଲେ। ଏହିସମୟରେ ହଠାତ୍‌ ୟୁରୋଲୋଜି ୱାର୍ଡ଼ର ଓଟିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଧୂଆଁ ଦେଖି ଦାୟିତ୍ବରେ ଥିବା କର୍ମଚାରୀମାନେ ତୁରନ୍ତ ଦମକଳ ବାହିନୀକୁ ଖବର କରିଥିଲେ। ଦେଖୁଦେଖୁ ଧୂଆଁ ଚାରିଆଡ଼େ ବ୍ୟାପୀ ଯାଇଥିଲେ। ପ୍ଲାଷ୍ଟିକ୍‌ ସର୍ଜରି ଓଟିରେ ଥିବା ଦୁଇଜଣଙ୍କୁ ସେଠାରୁ ଉଦ୍ଧାର କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।

ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ୟୁରୋଲୋଜି ବିଭାଗ ଓଟିରେ ଥିବା କର୍ମଚାରୀ ଓ ଅନ୍ୟମାନଙ୍କୁ ତୁରନ୍ତ ସେଠାରୁ ସ୍ଥାନାନ୍ତର କରିଥିଲେ। ଉକ୍ତ ମହଲାକୁ ପୂରା ଖାଲି କରାଯାଇଥିଲା। ଚାରିଆଡ଼େ ଧୂଆଁ ଭର୍ତ୍ତି ହୋଇଯାଇଥିବାରୁ ଅଗ୍ନିଶମ ବାହିନୀକୁ ନିଆଁ ଲିଭାଇବାରେ ଅସୁବିଧା ହୋଇଥିଲା। ଏଣୁ ପ୍ରଥମେ ଧୂଆଁ ବାହାର କରି ଓଟିରେ ଲାଗିଥିବା ନିଆଁ ନିୟନ୍ତ୍ରଣ କରାଯାଇଥିଲା। ଏହାସହିତ ସୁପର୍‌ସ୍ପେସାଲିଟି ବ୍ଲକ୍‌ ବାହାରେ ଦମକଳ ବାହିନୀ କ୍ରେନ୍‌ ସହାୟତାରେ ପଞ୍ଚମ ମହଲା‌କୁ ପାଣି ସିଞ୍ଚନ କରିଥିଲା। ପ୍ରାୟ ଦୁଇଘଣ୍ଟାର ପରିଶ୍ରମ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe