କଟକ ଜିଲ୍ଲାରୁ ପୁଣି ୧୨ କରୋନା ସଂକ୍ରମିତ ଚିହ୍ନଟ, ମହାନଗର ନିଗମରୁ ୮ଜଣ

ଗୁରୁତର ରୋଗୀଙ୍କୁ ଫେରାଇଦେଲେ ଘରୋଇ ହସ୍ପିଟାଲ, ସର୍ବନିମ୍ନ ଚିକିତ୍ସା ବି ଯୋଗାଇ ଦେଲେନି

କଟକ: କଟକ ଜିଲ୍ଲାରୁ ପୁଣି ୧୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିରୁ କେବଳ ସିଏମ୍‌ସିରୁ ରହିଛନ୍ତି ୮ଜଣ। ସେହିପରି ଏସ୍‌ସିବିରୁ ୯ ଜଣଙ୍କ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡିଛି।

ସିଡିଏ ସେକ୍ଟର-୭ର ଜଣେ ପ୍ରସୂତି ମହିଳା ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅପରିପକ୍ବ ମୃତ ସନ୍ତାନ ଜନ୍ମ ଦେଇଥିଲେ। ତେବେ ଆଣ୍ଟିଜେନ୍‌ ପରୀକ୍ଷାରେ ଉକ୍ତ ମହିଳାଙ୍କ କରୋନା ପଜିଟିଭ୍‌ ଆସିବା ପରେ ମହିଳାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଗ୍ୟଷ୍ଟ୍ରୋ ଏଣ୍ଟ୍ରୋଲୋଜି ବିଭାଗର ଫାର୍ମାସିଷ୍ଟ, ପୁରୁଣା ଛାତ୍ରାବାସର ସୁରକ୍ଷାକର୍ମୀ, ସୁପର ସ୍ପୋସାଲିଟି ଆଉଟ୍‌ଡୋରରୁ ଜଣେ ରୋଗୀ, ଆଉଟ୍‌ଡୋରରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ସିଏମ୍‌ସିର ରାମଗଡ କନିକାହ ଛକର ଗୋଟିଏ ପରିବାର ଶାଶୁ, ବୋହୂ ଓ ୪ବର୍ଷର ନାତି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସିଡିଏରୁ ୨ଜଣ, ମଙ୍ଗଳବାଗ୍ ବାସୁରୀସାହି ଅଞ୍ଚଳର ଏସ୍‌ସିବିରେ ଜଣେ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୮୮୨ ଟପିଥିବାବେଳେ ସୁସ୍ଥ ସଂଖ୍ୟା ୫୭୦ ଟପିଛି।
ସେହିପରି କଣ୍ଟାପଡ଼ା ବ୍ଲକ୍‌ ଅଡ଼ଶପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୬ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ପଜିଟିଭ୍‌ ଚିହ୍ନଟ ହୋଇଥିବା ଅଡ଼ଶପୁର ଗ୍ରାମର କର୍ମଚାରୀଙ୍କ ସମ୍ପର୍କୀୟ ଭିଣୋଇ ବି କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି। ଏହି ବ୍ୟକ୍ତିଙ୍କ ଘର ବ୍ରହ୍ମପୁର, କିନ୍ତୁ ସେ ଶ୍ବଶୁର ଘରକୁ ବୁଲିବାକୁ ଆସିଥିଲେ। ଉକ୍ତ ଆକ୍ରାନ୍ତ ବ୍ରହ୍ମପୁରର ବ୍ୟକ୍ତି ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ଅଡ଼ଶପୁର ଗ୍ରାମ ପ୍ରତି ବିପଦ ସୃଷ୍ଟି କରିଛି। ଏବେ ତାଙ୍କୁ କଟକ କୋଭିଡ ସେଣ୍ଟର୍‌କୁ ପଠାଯାଇଛି।

ଅନ୍ୟପକ୍ଷରେ ଅଡ଼ଶପୁର ମେଡିକାଲକୁ ୩ଦିନ ପାଇଁ ସଟ୍‌ଡାଉନ୍‌ କରାଯାଇଥିବାରୁ ରୋଗୀ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଅଡଶପୁର ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ସ୍ବାସ୍ଥ୍ୟକର୍ମୀ ସଳେଇ ଗାଁକୁ ୨୪ଜଣଙ୍କୁ ଚିକିତ୍ସା କରିଥିଲେ। ଏବେ ଉକ୍ତ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ବୋଲି ଜଣାପଡିବା ପରେ ତାଙ୍କ ଦ୍ବାରା ଚିକିତ୍ସିତ ହୋଇଥିବା ୨୪ଜଣ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ସେମାନଙ୍କାର ସ୍ବାବ୍‌ ପରୀକ୍ଷା କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ସେହିପରି ବଡମ୍ବା, ଟାଙ୍ଗୀରୁ ଜଣେ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe