କ୍ରାଇମବ୍ରାଞ୍ଚ ଉପରେ ଭରସା ନାହିଁ, ସିବିଆଇ ତଦନ୍ତ ‌ହେଉ: ବିଜେପି

ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣା

ମହାନଦୀ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସର୍ବଦଳୀୟ ବୈଠକ ଡାକନ୍ତୁ: ବିଜେପି

Twitter

ଭୁବନେଶ୍ବର : ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ ପୁଲିସ ଅଧିକାରୀ ଦିବାଲୋକରେ ସର୍ବସାଧାରଣରେ ଗୁଳି କରି ହତ୍ୟା କରିବା ଘଟଣାର ତଦନ୍ତ ଲାଗି ରାଜ୍ୟ ସରକାରଙ୍କ କୌଣସି ନୈତିକତା ନାହିଁ ବୋଲି ଆଜି ବିଜେପି ଅଭିଯୋଗ କରିଛି। ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଅତୀତରେ କ୍ରାଇମବ୍ରାଞ୍ଚ ରାଜ୍ୟ ସରକାରଙ୍କ ମୋହରା ହୋଇ କାର୍ଯ୍ୟ କରିଛି। ପୂର୍ବରୁ ପରୀ, କୁଳମଣି ବରାଳ ଓ ମମିତା ମେହେର ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦେଇଥିଲେ।ଏହାର ଠିକ୍‌ ତଦନ୍ତ ହୋଇନାହିଁ, ବରଂ ତଦନ୍ତ ଶେଷ ହେବା ପୂର୍ବରୁ ସମସ୍ତ ଦୋଷୀ ତଥା ସାକ୍ଷୀଙ୍କୁ ହତ୍ୟା କରାଯାଇଛି। ସଂପ୍ରତି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ଘଟଣାର ତଦନ୍ତ ଭାର ସରକାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି। ଯେହେତୁ କ୍ରାଇମବ୍ରାଞ୍ଚ ଉପରେ ଓଡ଼ିଶାବାସୀଙ୍କର ଭରସା ନାହିଁ ତେଣୁ ମନ୍ତ୍ରୀଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀମତୀ ସାମନ୍ତସିଂହାର ଦାବି କରିଛନ୍ତି।

ଲେଖାଶ୍ରୀ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଏକ ସମ୍ବେଦନଶୀଳ ଘଟଣା। ରାଜ୍ୟ ସରକାର ଯେତେବେଳେ ତଥ୍ୟ ପ୍ରମାଣ ଲୁଚାଇବାକୁ ଚାହାନ୍ତି କିମ୍ବା ଲିପାପୋତି କରିବାକୁ ଚାହାଁନ୍ତି, ସେତେବେଳେ କ୍ରାଇମବ୍ରାଞ୍ଚ ମୁଖ୍ୟଙ୍କୁ ଦାୟିତ୍ୱ ଦିଅନ୍ତି। ପରୀ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚର ମୁଖ୍ୟଙ୍କୁ ତଦନ୍ତ ପାଇଁ ନିଯୁକ୍ତି ଦେଇଥିଲେ, କିନ୍ତୁ ସେ ‘ଜାମୁକୋଳି ଗପ’କୁ ସଜେଇ ସେ ପ୍ରସଙ୍ଗକୁ ରଫାଦଫା କଲେ। ଆଜି ମଧ୍ୟ ଅନୁରୂପ ଭାବେ ଅନ୍ୟ ଏକ ଗପ ଲେଖା ଯାଉଥିବାର ରାଜ୍ୟବାସୀ ଅନୁଭବ କରୁଛନ୍ତି। ରାଜ୍ୟରେ ଯଦି କ୍ୟାବିନେଟ୍ ମନ୍ତ୍ରୀ ସୁରକ୍ଷିତ ନାହାନ୍ତି ତାହେଲେ ସାଧାରଣ ନାଗରିକ କିପରି ସୁରକ୍ଷିତ ରହିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe